ରାଜା ଚକ୍ର ଗିରଫକୁ ନେଇ କାହିଁକି ଏମିତି କହିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

Odisha Hot News
1 Min Read

ଭୁବନେଶ୍ବର: ଖଣି ପରିବହନ ଦୁର୍ନିତିରେ ଗିରଫ ହୋଇଥିବା ରାଜା ଚକ୍ରକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି। ଏହାକୁ ଆହୁରି ଚେଙ୍କି ଦେଇଛନ୍ତି ଘସିପୁରା ବିଜେଡି ବିଧାୟକ ବଦ୍ରି ପାତ୍ର। ତେବେ ଏହି ଗିରଫକୁ ନେଇ ନିଜର ମତ ରଖିଛନ୍ତି ବିଜେପିର ବରିଷ୍ଠ ନେତା ତଥା ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ଗଣମାଧ୍ୟମକୁ ସେ କହିଛନ୍ତି ଯେ, ରାଜା ଚକ୍ର ସହିତ ଏହି ଦୁର୍ନିତିରେ ଯେଉଁମାନେ ସଂପୃକ୍ତ ଅଛନ୍ତି କାହାକୁ ମଧ୍ୟ ଛଡା ଯିବ ନାହିଁ। ଜଣ ଜଣକରି ଯନ୍ତାରେ ପଡୁଛନ୍ତି। ରାଜାଙ୍କ ଲିଙ୍କରେ ଅନେକ ବଡ଼ ବଡ଼ିଆଙ୍କ ସଂପୃକ୍ତି ରହିଛି । ରାଜା ଚକ୍ର ଯାହା ଛତ୍ରଛାୟା ତଳେ କାମ କରୁଥିଲା ଏବଂ ଯାହା ନିର୍ଦ୍ଦେଶରେ କାମ କରୁଥିଲା, ସେମାନେ ସମସ୍ତେ ଆଗାମୀ ଦିନରେ ନ୍ୟାୟିକ ପରିସରଭୁକ୍ତ ହେବେ ।

ଯାହାଦ୍ବାରା ଆହୁରି ଅନେକ ଗୁମର ସାମ୍ନାକୁ ଆସିବ । ଯେଉଁ ବଡ଼ ଭ୍ରଷ୍ଟାଚାର ହୋଇଛି, ତାହା ଉପରୁ ବି ପରଦା ହଟିବ ବୋଲି ସେ କହିଛନ୍ତି।

Share This Article