କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

Odisha Hot News
1 Min Read

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ପୂର୍ବତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ପରଲୋକ ହୋଇଯାଇଛି। ସେ ନୂଆଦିଲ୍ଲୀରେ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ରହୁଥିଲେ। ସେଠାରେ ତାଙ୍କର ପରଲୋକ ହୋଇଛି। ତାଙ୍କ ମରଶରୀର ଭୁବନେଶ୍ବର ଆଣିବା ପାଇଁ ନିଷ୍ପତି ହୋଇଛି। ଏହାପରେ ତାଙ୍କର ବାସସ୍ଥାନ ତାଳଚେର ନିଆଯିବ ବୋଲି ଜଣାପଡିଛି।

ଡାକ୍ତର ଦେବେନ୍ଦ୍ର ପ୍ରଧାନ 1998 ମସିହାରେ ତତକାଳୀନ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ସେତେବେଳେ କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏହାପରେ ସେ ପୁନର୍ବାର 1999 ମସିହାରେ ସେହି ଦେବଗଡରୁ ସାଂସଦ ହୋଇ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ଦ୍ବିତୀୟ ଥର ପାଇଁ ସେହି ଭୂପୃଷ୍ଠ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତୀ ହୋଇଥିଲେ।

Share This Article