ବିଧାୟକ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଗୃହକୁ ବୟକଟ କଲା କଂଗ୍ରେସ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଧାନସଭା କାର୍ଯ୍ୟରେ ଯୋଗଦେଇ ନାହାଁନ୍ତି କଂଗ୍ରେସ ବିଧାୟକ। ଗତକାଲି ତାରା ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପର୍ଯ୍ୟନ୍ତ ଗୃହରୁ ନିଲମ୍ବନ କରିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ଗୃହ ଭିତରକୁ ନ ଯାଇ ବାହାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ସେମାନେ ହାତରେ ପ୍ଲାକାର୍ଡ ଧରି ଏହି ପ୍ରତିବାଦ କରୁଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ବିଜେପି ବିଧାୟକମାନେ ମୋତେ ମାରିଦେବାକୁ ଆସିଥିଲେ। ସେମାନେ ସଂସଦୀୟ ମନ୍ତ୍ରୀଙ୍କ ଡକରାରେ ମୋ ଉପରକୁ ମାଡିଆସିଥିଲେ। ଏହା କଣ ବିଜେପିର ଗଣତନ୍ତ୍ର କି ବୋଲି ପ୍ରଶ୍ନ କରିଥିଲେ ତାରା। ତେବେ ତାରାଙ୍କ ଉପରୁ ବାଚସ୍ପତି ନିଲମ୍ବନ ନ ହଟାଇବା ପର୍ଯ୍ୟନ୍ତ କଂଗ୍ରେସ ବିଧାୟକମାନେ ଧାରଣା ଦେବେ ବୋଲି ନିଷ୍ପତି କରିଛନ୍ତି।

Share This Article