ଭୁବନେଶ୍ବର: ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍। ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶାରେ ପହଞ୍ଚିବେ। ଆନ୍ଧ୍ର ପ୍ରଦେଶର ରୟନାପଡୁରୁ ଯେଉଁ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା, ତାହା ଆଜି ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଟ୍ରେନ୍ ଆଜି ଅପରାହ୍ନ ୨ଟା ବେଳେ ଟିଟିଲାଗଡ଼ରେ ପହଞ୍ଚିବ। ଏଥିରେ ୧୨୦୦ ଜଣ ପ୍ରବାସୀ ଓଡ଼ିଆ ଫେରୁଥିବା ଜଣାଯାଇଛି। ଷ୍ଟେସନରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଆଉ ୩ଟି ଟ୍ରେନ୍ ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଛି। ଏହି ଟ୍ରେନ୍ ଗଞ୍ଜାମ ଜଗନ୍ନାଥପୁରରେ ପହଞ୍ଚିବ। ଚେନ୍ନାଇରୁ ବାହାରିଥିବା ଗୋଟିଏ ଟ୍ରେନ୍ ମଧ୍ୟ ଜଗନ୍ନାଥପୁରରେ ପହଞ୍ଚିବ ।
ଆଜି ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍

You Might Also Like
- Advertisement -
Comment