କୃଷି ନିର୍ଦ୍ଦେଶକଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ

Odisha Hot News
1 Min Read

ଭୁବନେଶ୍ଵର: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଘଟଗାଁ ବ୍ଲକର ନିଶୁରୀପଶି ଠାରେ ସ୍ଥାପିତ ସୋଲାର ବୋରୱେଲ ପ୍ରକଳ୍ପ, ସଦର ବ୍ଲକ ଅନ୍ତର୍ଗତ ଟିକରପଡ଼ାରେ କୃଷକ ରେଜିଷ୍ଟ୍ରୀ ଶିବିର ଓ କଲମି ବାଇଗଣ ଚାଷ, ରାଇସୁଆଁ ଠାରେ ଶୀତଳ ଭଣ୍ଡାର ପ୍ରକଳ୍ପ, ଧାତିକା ଓ ଟିକରପଡ଼ା ଠାରେ ସୋରିଷ ଏବଂ ବୁଟ ଚାଷର କ୍ଷେତ୍ର ପ୍ରଦର୍ଶନ ବୁଲି ଦେଖିବା ସହ ଉପସ୍ଥିତ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଆହୁରିମଧ୍ୟ ଦରବାର୍ ହଲ୍ ଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ କେନ୍ଦୁଝର ଜିଲ୍ଲାର ଉନ୍ନତି କଳ୍ପେ କୃଷି ରୋଡ ମ୍ୟାପ୍ ପ୍ରସ୍ତୁତି ସମ୍ବନ୍ଧ ରେ ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ରାଜ୍ୟ ସ୍ତରୀୟ ଯୋଜନା ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିଲେ।

ସମୀକ୍ଷା ବୈଠକରେ କେନ୍ଦୁଝରର ଜିଲ୍ଲାପାଳ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ଓ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପର୍ଶୁରାମ ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Share This Article