ଆଜିଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷା ସମ୍ଭାବନା

Odisha Hot News
1 Min Read

ଭୁବନେଶ୍ବର: ଆଜିଠାରୁ ଓଡିଶାରେ ବର୍ଷା ଆରମ୍ଭ ହେବ। ଏହା ତିନିଦିନ ଧରି ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି। ସେହି ଅନୁସାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ସୃଷ୍ଟି ହୋଇଛି। ଏହା  ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ପ୍ରବାହିତ ହେଉଛି।

ଏହା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବ ବୋଲି କୁହାଯାଇଛି।

ଆସନ୍ତା ଦୁଇ ଦିନ ପାଇଁ କିଛି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ପୂର୍ବାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ଭଦ୍ରକ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳିଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷାପବନର ପ୍ରଭାବ ଲାଗିରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Share This Article