କିଟ୍ ଘଟଣାରେ ତଦନ୍ତ ଆରମ୍ଭ, ସଚିବ ସ୍ତରୀୟ କମିଟର ଘଟଣା ସ୍ଥଳ ପରିଦର୍ଶନ

Odisha Hot News
1 Min Read

ଭୁବନେଶ୍ବର: ଆଜି କିଟ ବିଶ୍ବବିଦ୍ୟାଳୟରେ ଘଟିଥିବା ଅମାନବୀୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କମିଟର ସଦସ୍ୟମାନେ ଆଜି କିଟ୍ ବିଶ୍ବବିଦ୍ୟାଳୟ ଯିବା ସହିତ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର ମତାମତ ନେବା ପରେ ଟିମ ଫେରିଯାଇଛନ୍ତି। ତେବେ ପୁଣି ଥରେ ଏହି କମିଟ କିଟ ପରିଦର୍ଶନରେ ଆସିବେ ବୋଲି ଜଣାପଡିଛି।

ଗତକାଲି ସରକାର କିଟର ଏହି  ଘଟଣାର ତଦନ୍ତ କରିବା ପାଇଁ ଏକ କମିଟ ଗଠନ କରିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟ ଗଠନ କରାଯାଇଛି। ତେବେ ଆଜି ନିଜେ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ ବିକାଶ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ପୋଲିସ କମିଶନର ତଦନ୍ତ କରିବା ପାଇଁ ଯାଇଥିଲେ।

Share This Article