ଭୁବନେଶ୍ବର : ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ୪ଟି ଶ୍ରମିକ ଟ୍ରେନ୍ ଖୋର୍ଦ୍ଧା ରୋଡ, ଜଗନ୍ନାଥପୁର ଓ ଟିଟିଲାଗଡ଼ରେ ପହଞ୍ଚିଛି। ପ୍ରତି ଟ୍ରେନ୍ରେ ପାଖାପାଖି ୧୨୦୦ ଯାତ୍ରୀ ରହିଥିଲେ। ଏହିପରି ଭାବେ ମୋଟ ୪୮୦୦ ପ୍ରବାସୀ ଅପରାହ୍ନ ୩ଟା ସୁଦ୍ଧା ଓଡ଼ିଶାରେ ପହଞ୍ଚିଛନ୍ତି। ଅହମ୍ମଦାବାଦରୁ ବାହାରିଥିବା ୨ଟି ଟ୍ରେନ୍ ଆଜି ଖୋର୍ଧାରୋଡ୍ରେ ପହଞ୍ଚିଛି।
ସେହିପରି ପ୍ରବାସୀମାନଙ୍କୁ ଧରି ଆଉ ୪ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଆଜି ଓଡ଼ିଶା ଅଭିମୁଖେ ବାହାରିଛି। ଆନ୍ଧ୍ରପ୍ରଦେଶର ରାୟନପାଡ଼ୁରୁ ଟିଟିଲାଗଡ଼ ଅଭିମୁଖେ ଗୋଟିଏ ଟ୍ରେନ୍ ବାହାରିଥିବା ବେଳେ ସୁରତରୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନ ଅଭିମୁଖେ ୩ଟି ଟ୍ରେନ୍ ଆସୁଛି। ସୁରତରୁ ପ୍ରାୟ ୩୬୦୦ ପ୍ରବାସୀ ଓଡ଼ିଆ ଏହି ଟ୍ରେନ୍ରେ ଆସୁଥିବା ଜଣାପଡ଼ିଛି। ଏହି ଟ୍ରେନ୍ଗୁଡ଼ିକ ବ୍ୟତୀତ ଗତକାଲି ରାତିରେ ଚେନ୍ନାଇରୁ ଜଗନ୍ନାଥପୁର ଅଭିମୁଖେ ଆଉ ଏକ ଟ୍ରେନ୍ ବାହାରିଛି। ଏଥିରେ ବି ୧୨୦୦ ଯାତ୍ରୀ ରହିଛନ୍ତି। ଉକ୍ତ ଟ୍ରେନ୍ଟି ଆସନ୍ତାକାଲି ଅର୍ଥାତ୍ ସୋମବାର ପହଞ୍ଚିବ। ତେଣୁ ସୋମବାର ମୋଟ ୫ଟି ଟ୍ରେନ୍ରେ ୬ ହଜାର ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିବେ ବୋଲି ଜଣାପଡ଼ିଛି।
Comment