କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ଛାତ୍ରଙ୍କୁ ମାଡ ମାରିବା ଘଟଣା, ରାଜ୍ୟ ସରକାର ଗଠନ କଲେ ତଦନ୍ତ କମିଟ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟର କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଏବଂ ସୁରକ୍ଷା କର୍ମି ଛାତ୍ରମାନଙ୍କୁ ମାଡ ମାରିବା ଘଟଣା ନେଇ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ କମିଟ ଗଠନ କରିଛନ୍ତି। ଏଥିସହିତ ଯେଉଁ ସୁରକ୍ଷା କର୍ମୀମାନେ ମାଡ ମାରିଥିଲେ ସେମାନଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସେହିପରି ଯେଉଁ ଅଧିକାରୀ ଏଥିରେ ସଂପୃକ୍ତ ଅଛନ୍କି ସେମାନଙ୍କୁ ନିଲମ୍ବନ କରିବାକୁ କୁହାଯାଇଛି।

ଏହି କମିଟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ଶାସନ ସଚିବ ଏବଂ ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବ ସଦସ୍ୟ ରହିଛନ୍ତି।

ଗତକାଲି ରାତିରେ କିଟ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଜଣେ ନେପାଳ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ରାତିରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ କିଟ୍ ସୁରକ୍ଷା କର୍ମୀ ଏବଂ କର୍ମଚାରୀମାନେ ଛାତ୍ରମାନଙ୍କୁ ଦୁଃବ୍ୟବହାର କରିବା ସହିତ ମାଡ ମାରିଥିଲେ। ଯାହାର ଭିଡିଓ ଭାଇରାଲ ହେବା ସହିତ ନେପାଳ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଏହାକୁ ନେଇ ରାଜ୍ୟ ସରକାର ଏହି ବଡ ନିଷ୍ପତି ଗ୍ରହଣ କରିଛନ୍ତି।

ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି।

Share This Article