ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ, ଅଧିକାରୀଙ୍କ ସହିତ ପ୍ରବଳ ଯୁକ୍ତିତର୍କ

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳେ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ସିବିଆଇ ଚଢାଉ କରିଛି। ଆଠଜଣିଆ ଟିମ ଆଜି ତାଙ୍କ ବାସଭବନରେ ପ୍ରବେଶ କରିିଥିଲେ। ସେମାନେ ସିବିଆଇରୁ ଆସିଛନ୍ତି ଚଢାଉ କରାଯିବ ବୋଲି କହିଥିଲେ।

ହେଲେ ବିଷ୍ଣୁପଦ ସେଠୀଙ୍କ ଘରେ ଥିବା ତାଙ୍କ ପତ୍ନୀ କଣ ପାଇଁ ଚଢାଉ କରାଯିବ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ବିଷ୍ଣୁ ସେଠୀ ମଧ୍ୟ ସିବିଆଇ ଅଧିକାରୀଙ୍କୁ କେଉଁ କାରଣ ପାଇଁ ଚଢାଉ କରୁଛ ତାହାର କାଗଜ ମାଗିଥିଲେ। ଏପରିକି କୌଣସି ମହିଳା ଅଧିକାରୀଙ୍କୁ ନ ଆଣି କିପରି ଘରେ ପଶିଲ ବୋଲି ପ୍ରଶ୍ନ କରିଥିଲେ।

ଏହାକୁ ନେଇ ସିବିଆଇ ଅଧିକାରୀ ଉତକ୍ଷିପ୍ତ ହୋଇପଡିଥିଲେ।ଏପରିକି ବିଷ୍ଣୁପଦ ମିଡିଆରେ କିଛି କହିବାକୁ ଯିବା ବେଳେ ସିବିଆଇ ଅଧିକାରୀ ତାହାକୁ ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିଷ୍ଣୁପଦ ରୋଡ ଆଣ୍ଡ ବ୍ରିଜ ରେ ଲାଞ୍ଚ କାରବାର ନେଇ ସଂପୃକ୍ତ ଥିବାର ଅଭିଯୋଗ ରହିଛି।

Share This Article