ଓଡ଼ିଶା ବଜେଟ-୨୦୨୫: ରାଜ୍ୟର ସବୁ ରାଜପଥ ହେବ ୪ ଲେନ୍‌, ୬ ଲେନ୍‌ ହେବ ବ୍ରହ୍ମପୁର-ଜୟପୁର ରୋଡ୍‌

Odisha Hot News
1 Min Read

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବଜେଟ ଉପସ୍ଥାନ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଏଥର ରାଜ୍ୟର ସବୁ ରାଜପଥ ୪ ଲେନ୍‌ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି।

ଏହି କ୍ରମରେ ମୋଟ ୭୭ ହଜାର କିଲୋମିଟର ରାସ୍ତା ତିଆରି ହେବ। ପ୍ରଥମେ ରାଜଧାନୀ ଭୁବନେଶ୍ୱରରେ ସିଟି ରୋଡ୍‌ ପରିକଳ୍ପନା ହୋଇଛି। ଏଥିପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର। ପୁରା ଓଡ଼ିଶାରେ ରାସ୍ତାର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିଭଳି ବ୍ରହ୍ମପୁର-ଜୟପୁର ରୋଡ୍‌ ୬ ଲେନ୍‌ ହେବ। ଶିଳ୍ପ ଅଞ୍ଚଳକୁ ୬ ଲେନ୍‌ ବିଶିଷ୍ଟ କରାଯିବ। କେନ୍ଦୁଝରର ଅର୍ଥନୈତିକ ବିକାଶ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏହି କ୍ରମରେ କେନ୍ଦୁଝର ବଡବିଲ୍‌ରେ ରିଙ୍ଗ୍‌ ରୋଡ୍‌ ହେବ। କାମରେ ସ୍ବଚ୍ଛତା ରହିବାକୁ କମିଟି ଗଠନ ହେଉଛି। ରାଜ୍ୟବ୍ୟାପି ମୁଖ୍ୟମନ୍ତ୍ରୀ ବସ୍‌ ସେବା ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏହି ଅର୍ଥରେ ରାଜ୍ୟରେ ନୂଆ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। କିଛି ସ୍ଥାନରେ କେବଳ ମହିଳା ବସ୍‌ ଚଲାଇବାକୁ ବି ନିଷ୍ପତ୍ତି ହୋଇଛି।

Share This Article