ଓଡ଼ିଶା ବଜେଟ୍‌ ୨୦୨୫-୨୬: କୃଷି ପାଇଁ ୧୪୮୬୧ କୋଟି ବ୍ୟୟ ବରାଦ, ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି

Odisha Hot News
1 Min Read

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରାଜ୍ୟ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି। ରାଜ୍ୟରେ ଚାଷୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶେଷ ଗୁରୁତ୍ଵ ଦେଇଛନ୍ତି। ରାଜ୍ୟରେ ଆଳୁ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ ଘୋଷଣା କରିଛନ୍ତି।

ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଥର କୃଷି ବଜେଟ ୧୪୮୬୧ କୋଟି ଟଙ୍କାର ରହିଛି। ରାଜ୍ୟରେ ପିଏମ କିଷାନ ଓ ସିଏମ କିଷାନ ମିଶିବା ପରେ ଚାଷୀ ଲାଭ ପାଇବେ। ଏଥର ଇନପୁଟ୍‌ ସହାୟତା ପାଇଁ ୨ ହଜାର ୨୦ କୋଟି ପ୍ରସ୍ତାବ ରହିଛି। ଆଳୁ ଉପରେ ଆମେ ଅନ୍ୟ ଉପରେ ନିର୍ଭର ହେବାକୁ ଚାହୁଁନାହୁଁ। ଏଥିପାଇଁ ରବି ଋତୁରେ ଚାଷୀଙ୍କୁ ୧ ଲକ୍ଷ ୬୦ ହଜାର ବିହନ ଯୋଗାଇ ଦିଆଯାଇଛି। ରାଜ୍ୟରେ କୃଷି ଓ କୃଷକଙ୍କୁ ସମୃଦ୍ଧ କରିବାକୁ ସମୃଦ୍ଧ କୃଷକ ଯୋଜନା ଜାରି ରହିଛି। ସେହି ଅଧୀନରେ ଧାନ କ୍ବିଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କାରେ କିଣିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ଯୋଗୁଁ ଏବେ ସୁଦ୍ଧା ୧୩ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି।

ସେହିଭଳି ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି ଟଙ୍କାର ବଜେଟ ସରକାର କରିଛନ୍ତି। ୨୫୨କୋଟି ଟଙ୍କା ଶୀତଳ ଭଣ୍ଡାର ପାଇଁ ବ୍ୟୟ ବରାଦ କରାଯାଇଛି। ୫୮ ଉପଖଣ୍ଡରେ ନୂତନ ଶୀତଳ ଭଣ୍ଡାର ତିଆରି ହେବ। ଏହି ବ୍ୟୟ ବରାଦରେ ହିଁ ଅଚଳ ପଡ଼ିଥିବା ଶୀତଳ ଭଣ୍ଡାରଗୁଡିକୁ ପୁନଃରୁଦ୍ଧାର କରାଯିବ। OUAT ପାଇଁ ୫୧୧ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଏହି କ୍ରମରେ ଜଳସେଚନ ପାଇଁ ୧୪ ୮୯୫ କୋଟି ବ୍ୟୟ ବରାଦ ରହିଛି। ହୀରାକୁଦ କେନାଲର ନବୀକରଣ ପାଇଁ ୮୫୦ କୋଟି ଖର୍ଚ୍ଚ ହେଉଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି ଖର୍ଚ୍ଚ ହେବ। ମତ୍ସ୍ୟ ଓ

Share This Article