ଚକ୍ଷୁ ଦାନ କଲେ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ଶ୍ରମିକ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ବୁଳଝୋଳି ଗ୍ରାମର ଏକ କୁକୁଡ଼ା ଫାର୍ମରେ ଶ୍ରମିକ ଭାବେ କାମ କରୁଥିବା ରାମଚନ୍ଦ୍ର ନାହାକ ନାମକ ଜଣେ ଶ୍ରମିକ ନିକଟସ୍ଥ କେନାଲରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ଥିଲେ। ଫାର୍ମର ଅନ୍ୟ କର୍ମଚାରୀ ମାନେ ଜାଣିବା ପରେ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଥିଲେ ଓ ରାମଚନ୍ଦ୍ରଙ୍କ ନିଜ ଗ୍ରାମ ହିଞ୍ଜିଳି ବ୍ଲକ ଦାରୁ ଭଦ୍ରା ପଞ୍ଚାୟତ କାଳିଆପଟା ଓ ସେଠାକାର ସରପଞ୍ଚ ମଦନମୋହନ ସେଠୀଙ୍କ ପ୍ରୟାସରେ ପରିବାର ଲୋକେ ମୃତ ରାମଚନ୍ଦ୍ରଙ୍କ ଚକ୍ଷୁ ଦାନ କରିଥିଲେ।

ଅନ୍ୟ ପକ୍ଷରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ରାମଚନ୍ଦ୍ରଙ୍କ ଦୁଇ ଛୁଆ ଅଛନ୍ତି ଓ ସେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀମାନେ ର୍କୃପକ୍ଷଙ୍କ ନିକଟରେ ଅନୁରୋଧ କରିଛନ୍ତି।

Share This Article