ରାସ୍ତା ମଝିରେ ଜଳିଗଲା ଚଳନ୍ତା କାର୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆର୍ ସି ଏମ୍ ଛକ ନିକଟରେ ଏକ ଯାତ୍ରୀବାହୀ କାରରେ ହଠାତ ନିଆଁ ଲାଗିଯାଇଛି। କାରଟି ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରୁ ଫେରୁଥିବା ବେଳେ ଏଭଳି ଅଘଟଣା ଘଟିଛି। ହିଞ୍ଜିଳି ଆର୍ ସି ଏମ୍ ଛକ ନିକଟରେ କାର୍ ସମ୍ମୁଖରେ ଧୁଆଁ ବାହାରୁଥିବା ଦେଖି ଗାଡ଼ିକୁ ଡ଼୍ରାଇଭର ତୁରନ୍ତ ଅଟକାଇଦେଇଥିଲେ। ପ୍ରଥମେ ଯାତ୍ରୀ ମାନଙ୍କୁ ସେ କାରରୁ ଓହ୍ଲାଇ ଦେଇଥିଲେ ଓ ପରେ ଦେଖୁ ଦେଖୁ ଇଞ୍ଜିନରୁ ନିଆଁ ବାହାରି ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ପରବର୍ତ୍ତୀ ସମୟରେ ହିଞ୍ଜିଳି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡ଼ିରେ ବସିଥିବା ଯାତ୍ରୀ ମାନେ ବିପଦ ମୁକ୍ତ ହୋଇପାରିଛନ୍ତି।

Share This Article