ଗଞ୍ଜାମ: ୧୮,୫୦୮ ଚାଷୀଙ୍କ ଟୋକେନ ଅବଧି ୧୫ ଦିନ ପାଇଁ ବୃଦ୍ଧି

Odisha Hot News
2 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରରେ ଶେଷ ହେବ ସେନେଇ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୈାଣସି ଚାଷୀଙ୍କର ଯେପରି ଟୋକେନ ରଦ୍ଦନ ହେବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଯେଉଁ ଚାଷୀଙ୍କର ଟୋକେନ ଅବଧି ଶେଷ ହେବା ପୂର୍ବରୁ ଧାନ କିଣା ଯାଇପାରି ନାହିଁ, ତାଙ୍କର ଟୋକେନ ଅବଧି ବୃଦ୍ଧି କରାଯିବ।

ଗଞ୍ଜାମରେ ୧୮ ହଜାର ୫୦୮ ଟୋକେନ ଅବଧି ୧୫ ଦିନ ପାଇଁ ବୃଦ୍ଧି କରାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହି ୧୮ ହଜାର ୫୦୮ ଟୋକେନ ଅବଧି ବୃଦ୍ଧି କରାଯାଇଛି। ତେଣୁ ଚାଷୀମାନଙ୍କ ଟୋକେନ ଅବଧି ସରିଯିବ ଏବଂ ଚାଷୀମାନେ କ୍ଷତି ସହିବେ ବୋଲି ଗୁଜବକୁ ଚାଷୀମାନେ ବିଶ୍ୱାସ ନକରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ମଣ୍ଡିରେ ଯେପରି ଅଧିକ ଦିନ ଧାନ ରହିବ ନାହିଁ, ମିଲର ଅଧିକ ସଂଖ୍ୟକ ଗାଡି ଲଗାଇ ଏହାକୁ ଉଠାଇବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ପ୍ରତି ମଣ୍ଡିରେ ଦୈନିକ ଯେପରି ୮ ରୁ ୧୦ ଜଣ ଚାଷୀଙ୍କ ଧାନ ଉଠିବ। ଛୋଟ ଚାଷୀ ଉପରେ ଅଧିକ ଧ୍ୟାନ ଦେବା ସହ ସେମାନଙ୍କ ଧାନ ତୁରନ୍ତ ଉଠାଇବାକୁ ନିର୍ଦ୍ଧେଶ ଦେଇଛନ୍ତି। ଫେବୁଆରୀ ମାସ ଶେଷ ସୁଦ୍ଧା  ଯେପରି ଧାନ କିଣା ପ୍ରକ୍ରିୟା ଶେଷ କରିବା ସେ ଉପରେ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଇ କାମ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୪୪ ଲକ୍ଷ ୮୧ହଜାର ୭୬୧ କ୍ଵିଟାଂଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଥିବା ବେଳେ ପୁଣି ଏହା ୧୪.୯୨ କ୍ଵିଟାଂଲ ବୃଦ୍ଧି ହୋଇ ୫୯ ଲକ୍ଷ ୭୩ ହଜାର ହୋଇଛି। ଜିଲ୍ଲାରେ ଚଳିତ ବର୍ଷ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୯୫ ହଜାର ୧୮ ଜଣ ଚାଷୀଙ୍କ ଠାରୁ ୩୯ ଲକ୍ଷ ୮୨ ହଜାର ୩୩୩ କ୍ଵିଟାଂଲ ଧାନ ସଂଗ୍ରହ ହୋଇଥିବା ବେଳେ ୮୫ହଜାର ୧୩ ଜଣ ଚାଷୀଙ୍କୁ ୮୨୬ କୋଟି ୭୬ଲକ୍ଷ ୭ହଜାର ୩୨୪ ଟଙ୍କା ବ୍ୟାଙ୍କ ଖାତା ଯାଇଛି।

Share This Article