ରେଳ ଧାରଣାରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ନିକଟ ଡାଉନ୍ ଲାଇନ ଗ୍ୟାଙ୍ଗ ମେନ୍ ଅଫିସ ନିକଟରୁ ଜଣେ ଅଜଣା ମହିଳାଙ୍କ ଶବକୁ ସରକାରୀ ରେଳବାଇ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ମୃତ ମହିଳା ଜଣଙ୍କ କୌଣସି ରେଳରୁ ଖସି ପଡିଥିବା କିମ୍ବା ଆତ୍ମହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା ବେଳେ ଶବ ଉଦ୍ଧାର କରି ପୋଲିସ ୯/୨୦୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତ ମହିଳାଙ୍କ ବୟସ ପାଖାପାଖି ୨୫/୩୦ ହେବ ମଧ୍ୟମ ଶରୀର, ଗୌରବର୍ଣ୍ଣ। କୌଣସି ବ୍ୟକ୍ତି ବିଶେଷ ଜାଣିପାରିଲେ ବ୍ରହ୍ମପୁର ସରକାରୀ ରେଳବାଇ ପୋଲିସ ସହ ଯୋଗାଯୋଗ ପାଇଁ ଥାନା ଅଧିକାରୀ ଜଣାଇଛନ୍ତି।

Share This Article