ବାରବାଟୀ ଫ୍ଲଡ ଲାଇଟ ଲିଭିବା ଘଟଣା, ଓସିଏକୁ ନୋଟିସ ଜାରୀ କଲା କ୍ରୀଡା ବିଭାଗ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ ଇଂଲଣ୍ଡ ମ୍ୟାଚ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା ନେଇ କ୍ଷୁବ୍ଧ ହୋଇଛନ୍ତି ରାଜ୍ୟ ସରକାର। ମ୍ୟାଚ ଆୟୋଜନ କରୁଥିବା ଓଡିଶା କ୍ରିକେଟ ଆସୋସିଏସନକୁ କାରଣ ଦର୍ଶା ନୋଟିସ ଜାରୀ କଲା କ୍ରୀଡା ବିଭାଗ। ଦଶ ଦିନ ଭିତରେ ଏପରି କାହିଁକି ଘଟିଲା ତାହାର କାରଣ ଦର୍ଶାଇବାକୁ ଏହି ନୋଟିସରେ କୁହାଯାଇଛି।

ଅନ୍ୟପକ୍ଷରେ ଓସିଏ ତରଫରୁ ଗତକାଲି ଘଟଣାର ଖୋଳତାଡ ହୋଇଛି। ହେଲେ ସେମାନେ ଯାହା ଉତ୍ତର ଦେଉଛନ୍ତି ତାହା ବଡ ହାସ୍ୟସ୍ପଦ ଘଟଣା। ଓସିଏର କହିବା କଥା ଯେ, ଫ୍ଲଡ ଲାଇଟ କଟିଯିବା ପରେ ଜେନେରଟର ଲାଗିବା କଥା। ହେଲେ ସେତେବେଳେ ସେହି ଗାଡିର ଡ୍ରାଇଭର ପାଖେର ନ ଥିଲା। ସେ ଆସିବାକୁ ବିଳମ୍ବ ହେବାରୁ ଏପରି ଘଟିଲା ବୋଲି ସଫେଇ ଦିଆଯାଇଛି।

ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ସବୁ ଦୋଷ ଡ୍ରାଇଭର ଉପରେ ଲଦିଦେଇ ଓସିଏ ଖସିଯିବାକୁ ଚେଷ୍ଠା କରୁଛି।

Share This Article