ଯୁବ ସାମ୍ବାଦିକଙ୍କ ଉପରେ ଗୋରୁ ମାଫିଆଙ୍କ ମାରଣାନ୍ତକ ଆକ୍ରମଣ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲିସ ପ୍ରଶାସନର ଦୁରଦୃଷ୍ଟି ଅଭାବରୁ ଭଞ୍ଜନଗର ଅଞ୍ଚଳରେ ଗୋରୁ ମାଫିଆଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଗତକାଲି ସନ୍ଧ୍ୟାରେ ବେଲଗୁଣ୍ଠା ଥାନା ଅର୍ନ୍ତଗତ କ୍ଷେତମୁଣ୍ଡଳୀ ଗେରେଡା ରାସ୍ତାରେ ଗୋଟିଏ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଯାଉଥିବା ଦେଖି ଯୁବ ସାମ୍ବାଦିକ ରାଜେଶ ଆଳତିଆ ଅନ୍ୟ ଜଣେ ବନ୍ଧୁଙ୍କ ସହ ପିଛା କରୁଥିଲା ବେଳେ ପଛରେ ଆସୁଥିବା ଗୋରୁ ମାଫିଆମାନେ ରାଜେଶ୍ ଓ ତାଙ୍କର ବନ୍ଧୁକୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ରାଜେଶଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ଡାକ୍ତରଖାନାରେ ଚିକିତ୍ସିତ ହୋଇ ରାଜେଶ୍ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଭଞ୍ଜନଗର ଅଞ୍ଚଳରେ ଜଣେ ଜଣାଶୁଣା ସମାଜସେବୀ ମଧ୍ୟସ୍ଥିରେ ବୁଝାମଣା କରିଦେଇଥିଲେ। କିନ୍ତୁ ଆଜି ଆହତ ରାଜେଶ୍ ଅନ୍ୟ ବନ୍ଧୁ ମାନଙ୍କ ସହ ମିଶି ବେଲଗୁଣ୍ଠା ଥାନା ରେ ମକଦ୍ଦମା ରୁଜୁ କରିବା ପାଇଁ ଜିଦ୍ କରି ଧାରଣାରେ ବସିଥିଲେ।

Share This Article