ପୁଅକୁ ଆକ୍ରମଣ କରି ଘଟଣାସ୍ଥଳରୁ ପିତା ଫେରାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ପୋଡିଙ୍ଗି ଗ୍ରାମର ମନୋଜ ବେହେରା ନିଜ ସ୍ତ୍ରୀ ବାସନ୍ତୀ ସହ ମନାନ୍ତର ହୋଇଥିଲା। ଏପରିକି ଗଣ୍ଡଗୋଳ କରି ଖାଇବାକୁ ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା। ଏହି ଭଳି ପରିସ୍ଥିତିରେ ବାସନ୍ତୀ ଗତ ୭ ମାସ ହେଲା ନିଜ ଦୁଇ ପୁଅ ଶିବ ଓ ସୁମନକୁ ଧରି ଭୁବନେଶ୍ଵର ଚାଲି ଯାଇଥିଲେ ଓ ସେଠାରେ ଶ୍ରମିକ ଭାବେ କାମ କରି ଦୁଇ ପିଲାଙ୍କୁ ଧସହ ରହୁଥିଲେ।

ଗତ ଶନିବାର ଦିନ ମନୋଜ ଭୁବନେଶ୍ଵର ଯାଇ ବୁଝାମଣା କରି ସ୍ତ୍ରୀ ଓ ପୁଅ ଦୁଇକୁ ଧରି ଗାଁକୁ ଆସିଥିଲେ। କିନ୍ତୁ ମଙ୍ଗଳବାର ଦିନ ପୁଣି ସ୍ତ୍ରୀ ସହ ଝଗଡା କରି ମାଡ଼ ମାରିବା ସହ ଦୁଇ ପୁଅ କୁ ହତ୍ୟା କରିବା ପାଇଁ ଉଦ୍ୟମ କରୁଥିବାବେଳେ ବାପା ର ଏହି ପରିସ୍ଥିତି ଦେଖି ଦୁଇ ପୁଅ ଘଟଣାସ୍ଥଳରୁ ଚାଲିଯାଇଥିଲେ।

ପୁଣି ଗତକାଲି ମନୋଜ ମଦ ପିଇ ରାସ୍ତାରେ ଯାଉଥିବା ବେଳେ ଛୋଟ ପୁଅ ସୁମନ ସାହି ସାଙ୍ଗ ମାନଙ୍କ ସହ ଖେଳୁଥିବା ଦେଖି ଏକ ଛୁରୀରେ ସୁମନକୁ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ମୁହଁରେ ଆଘାତ ଲାଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲା ଓ ମନୋଜ ସେଠାରୁ ଫେରାର ହୋଇଯାଇଥିଲେ।

ଗାଁ ଲୋକେ ଦେଖି ଗୁରୁତର ସୁମନଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ପୁଅର ଚିକିତ୍ସା କରି ବାସନ୍ତୀ ଥାନାରେ ଆସି ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article