ଜଙ୍ଗଲି ହାତୀ ଆକ୍ରମଣରେ ଦୁଇ ମୃତ

Odisha Hot News
1 Min Read

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଦୁର୍ଗମ ଲାଖବାହିଲି ପଞ୍ଚାୟତ କାଦମାଲି ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଗତ ବିଳମ୍ୱିତ ରାତିରେ ଘରେ ସୋଇଥିବା ସମୟରେ ହାତୀପଲ ଆସି ଘର ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ଜୀବନ ବିକଳରେ କିଛିଲୋକ ଘର ଛାଡ଼ି ପଳାଇ ଯାଇଥିବା ବେଳେ ବୃଦ୍ଧ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ।ଦୁହିଁଙ୍କ ଶରୀର ଖଣ୍ଡ ବିଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ସୂଚନା ମିଳିଛି। ବନ ବିଭାଗ ଗାଁ କୁ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି । ତେବେ ଗାଁରେ ଭୟର ବାତା ବରଣ ଦେଖିବାକୁ ମିଳିଛି।

Share This Article