ବିବାଦରେ ଖଣ୍ଡଗିରି ଯାତ୍ରା, ଅଶ୍ଲିଳ ନୃତ୍ୟକୁ ବିରୋଧ କରିବା ପାଇଁ ଠେଙ୍ଗା ପ୍ରଦର୍ଶନୀ କଲେ ବିଧାୟକ ବାବୁ ସିଂ

Odisha Hot News
1 Min Read

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା। ଏହି ମେଳାର ଅନ୍ୟତମ ଆକର୍ଷଣ ହେଉଛି ଯାତ୍ରା। ଏହା ଦେଖିବାକୁ ପାଇଁ ଦର୍ଶକଙ୍କର ବେଶ ଭିଡ ଜମିଥାଏ। ହେଲେ ଏହି ନାଟକ ପରିବେଷଣ ନେଇ ଚଳିତ ବର୍ଷ ବେଶ ବିବାଦୀୟ ହୋଇପଡିଛି। କାରଣ ଏହି ଯାତ୍ରପାର୍ଟିରେ ଅଭିନେତ୍ରୀ ବା ନୃତ୍ୟଶିଳ୍ପୀମାନେ ଉଲଗ୍ନ ହୋଇ ନୃତ୍ୟକୁ ବିରୋଧ କରାଯାଇଛି।

ଏହି ବିରୋଧରେ ସାମିଲ ହୋଇଛନ୍ତି ସେହି ଅଞ୍ଚଳର ସରକାରୀ ଦଳର ବିଧାୟକ ବାବୁ ସିଂ। ଖାଲି ବିରୋଧ ନୁହେଁ ସେ ଠେଙ୍ଗା ଧରି ଧମକ ଦେଇଛନ୍ତି। ଯେଉଁମାନେ ଅଶ୍ଲିଳ ନୃତ୍ୟ ପ୍ରଦର୍ଶନ କରିବେ ସେମାନଙ୍କୁ ଠେଙ୍ଗାରେ ପିଟିବାକୁ ଧମକ ଦେଇଛନ୍ତି ବିଧାୟକ। ଆଜି ସେ ନିଜର ସମର୍ଥକଙ୍କୁ ନେଇ ଏହି ଠେଙ୍ଗା ପ୍ରଦର୍ଶନୀ କରିଛନ୍ତି। ଚେତାବନୀ ଦେଇଛନ୍ତି ଯିଏ ମଞ୍ଚରେ ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରିବ ତାହାକୁ ଠେଙ୍ଗା ପାହର ଦିଆଯିବ।

Share This Article