ଆଜି ପବିତ୍ର ଶ୍ରୀପଞ୍ଚମୀ, ଚଳଚଞ୍ଚଳ ଶିକ୍ଷାନୁଷ୍ଠାନ, ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି

Odisha Hot News
1 Min Read

ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ବିଦ୍ୟାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ ହୋଇପଡିଛି । ବିଶେଷ କରି ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଦେବୀ ସରସ୍ୱତୀଙ୍କୁ ଆବାହନ କରି ପୂଜା କରିବା ସହିତ ଆଶିଷ ମାଗିଛନ୍ତି।

ସେହିପରି ଶ୍ରୀପଞ୍ଚମୀରେ ଶିଶୁମାନଙ୍କର ଖଡ଼ି ଛୁଆଁ ଯାଇଥାଏ। ଆଜି ବସନ୍ତ ପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି।

ସେହିପରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ମଧ୍ୟ କାଠ ଅନୁକୂଳ ହେବ।  ଦେବଦେବୀ ସେବାୟତ ମାନଙ୍କ ଗହଣରେ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିବେ ଓ ସେଠାରେ କାଠ ଚିରା ଅନୁକୂଳ କରାଯିବ।

Share This Article