ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କଲେ ମଧୁସୂଦନ ପାଢ଼ୀ

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଆଜି ଅବସରପ୍ରାପ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମଧୁସୂଦନ ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ତୋଷଳି ଭବନସ୍ଥିତ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀ ପାଢ଼ୀ ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଅଷ୍ଟମ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ ଆୟୁକ୍ତର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ପାଢ଼ୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ପରେ ଅଧିକାରୀମାନଙ୍କ ସହ ଆଲୋଚନା କରି ଶ୍ରୀ ପାଢ଼ୀ ସମସ୍ତଙ୍କୁ ନିଷ୍ଠାପର ଓ ଦାୟିତ୍ୱର ସହ କାର୍ଯ୍ୟ ସଂପାଦନ କରି ନିର୍ବାଚନ ଆୟୁକ୍ତର ଗରିମା ବଜାୟ ରଖବାକୁ ପରାମର୍ଶ ଦେଇଥିଲେ। ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା କରି ରାଜ୍ୟବାସୀଙ୍କ ଅସ୍ଥାଭାଜନ ହେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।

ଶ୍ରୀ ପାଢ଼ୀ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଥିଲେ।

Share This Article