ବ୍ରହ୍ମପୁର ପୌର ନିଗମ ସାଧାରଣ ବୈଠକରେ ହଟ୍ଟଗୋଳ: ଧାରଣାରେ ବସିଲେ ନିଗମ ପ୍ରତିନିଧି

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୌର ନିଗମର ସାଧାରଣ ବୈଠକରେ ନିର୍ବାଚିତ ପ୍ରତିନିଧୀ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ଓ ହଟ୍ଟଗୋଳ ହୋଇଛି। ଯାହାଫଳରେ ଅଧାରୁ ବୈଠକ ବାତିଲ କରି କମିଶନର ବୈଠକ ଛାଡି ଚାଲିଯାଇଛନ୍ତି।

ଆଜିର ବୈଠକରେ ଷ୍ଟାଣ୍ଡିଙ୍ଗ୍ କମିଟିର ପରିବର୍ତ୍ତନ ପାଇଁ କିଛି ପ୍ରତିନିଧି ଦାବି କରିବା ବେଳେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା ଓ ପ୍ରତିନିଧି ମାନେ କମିଶନରଙ୍କ ଠାରୁ ଜବାବ ଲୋଡିଥିଲେ। କିନ୍ତୁ କମିଶନରଙ୍କ କୌଣସି ଜବାବ ନମିଳିବାରୁ ହଟ୍ଟଗୋଳ ଆରମ୍ଭ କରିଥିଲେ। ଯ’ଦ୍ଵାରା କମିଶନର ବୈଠକ ଛାଡି ଚାଲିଯିବାରୁ ପ୍ରତିନିଧି ମାନେ କମିଶନରଙ୍କ ବିରୋଧରେ ନାରାବାଜି ଦେଇ ଧାରଣାରେ ବସିଥିଲେ।

ପରବର୍ତ୍ତୀ ସମୟରେ ମେୟର ସଙ୍ଘମିତ୍ରା ଦଳରେ ଧାରଣସ୍ଥଳକୁ ଆସି ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ।

Share This Article