ହାଇଦ୍ରାବାଦରୁ ଆସିଲେ ୧୦୮ ପ୍ରବାସୀ ଓଡ଼ିଆ

Odisha Hot News
1 Min Read

ଆଳି : କରୋନା ମହାମାରୀ ତଥା ତାଲାବନ୍ଦ ଯୋଗୁ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଓଡିଆଙ୍କୁ ନିଜ ରାଜ୍ୟକୁ ରାଜ୍ୟ ସରକାର ଫେରାରାଇ ଆଣିବା ପ୍ରକ୍ରିୟା ଜାରି ରଖିଛନ୍ତି। ଏହିକ୍ରମରେ ୧୦୮ ପ୍ରବାସୀ ହାଇଦ୍ରାବାଦରୁ ସରକାରଙ୍କ ସହାୟତାରେ ଆସି କେନ୍ଦ୍ରାପଡ଼ା ଜିଲାର ଆଳି ଠାରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ମେଣ୍ଢପୁର ପଂଚାୟତର ସରପଞ୍ଚ ନବୀନ କୁମାର ସାହୁଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟଠାରେ ବ୍ୟବସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ୧୦୩ ଜଣଙ୍କୁ ରଖାଯାଇଥିବାବେଳେ ୫ ଜଣ ମହିଳାଙ୍କୁ ଆଳି ବଜାର ନିକଟରେ ଦିଲ୍ଲୀ ପବ୍ଲିକ ସ୍କୁଲଠାରେ ରଖାଯାଇଛି।
କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ଆଳି କଲେଜ ପରିଦର୍ଶନରେ ଆସି ପ୍ରବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ପୁଲିସ ମୁତୟନ ପାଇଁ ନିୟମ ରହିଛି; ମାତ୍ର ଏତେ ସଂଖ୍ୟକ ବ୍ୟକ୍ତି ଆଳି କଲେଜରେ ରହୁଥିଲେ ମଧ୍ୟ ସନ୍ଧ୍ୟା ୭ଟା ସୁଦ୍ଧା ଆଳି ପୁଲିସର କୌଣସି ଉପସ୍ଥିତି ସେଠାରେ ଦେଖିବାକୁ ମିଳିନଥିଲା ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ତୁରରନ୍ତ ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ମୁତୟନ କରିବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଜିଲାପାଳଙ୍କ ଗସ୍ତ ସମୟରେ ଆଳି ବିଡିଓ ଦ୍ୱିବେନ୍ଦୁ କୁମାର ଦାସ, ତହସିଲଦାର ତପନ କୁମାର ସେନାପତି,କନିଷ୍ଠ ନିର୍ବାହୀଯନ୍ତ୍ରୀ ମିହିର କୁମାର ଦାସ ଓ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରସାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Share This Article
Leave a Comment