ବିବାହକୁ ତୀବ୍ର ବିରୋଧ କଲେ ନାବାଳିକା: ଶିଶୁ ବିକାଶ ବିଭାଗଙ୍କ ସହାୟତାରେ ମିଳିଲା ଥଇଥାନ

Odisha Hot News
1 Min Read

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଳକ ବଡ଼ ଖମାରି ଗାଁ ର ମାମିନା ଜାନି, ବୟସ ୧୭ ବର୍ଷ। ପରିବାର ବର୍ଗଙ୍କ ବିବାହ ପାଇଁ ଯୋଜନା କରୁଥିବା ବେଳେ ଏହାକୁ ସେ ତୀବ୍ର ବିରୋଧ କରିଥିଲେ। ଉମରକୋଟ ସମ୍ୱନ୍ୱିତ ଶିଶୁ ବିକାଶ ବିଭାଗଙ୍କ ସହାୟତାରେ ମାମିନା ଜାନିଙ୍କୁ ଥଇଥାନ କରାଯାଇଛି। ମାମିନା ଏବେ ଉମରକୋଟ ଆଇଟିଆଇ ରେ ଡ୍ରେସ ମେକିଙ୍ଗ ଟ୍ରେଡ଼ ରେ ଶିକ୍ଷା ଗ୍ରହଣ କରୁଛନ୍ତି। ସିଲେଇ ଶିକ୍ଷା ସମାପ୍ତ ହେବା ପରେ ଆତ୍ମ ନିର୍ଭର ଶୀଳ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ମାମିନା।

ଉମରକୋଟ ଆଇଟିଆଇର ମାମିନା ଜାନି ଓ ଅନ୍ୟ ଜଣେ ବାଲ୍ୟ ବିବାହକୁ ବିରୋଧ କରି କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରୁଥିବା ଲଷ୍ମୀ ସାନ୍ତା ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଏଯାଏଁ ୧୨୦୦ ଜଣ ଝିଅଙ୍କୁ ବାଲ୍ୟ ବିବାହରୁ ମୁକ୍ତ କରାଯାଇ ଥଇଥାନ କରାଯାଇଛି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିବା ସହ ମାମିନା ଯାନୀ ଲଷ୍ମୀ ସାନ୍ତା ନିଶ୍ଚିତ ରୂପେ ପ୍ରେରଣାର ସ୍ରୋତ ହେବେ ବୋଲି କହିଛନ୍ତି।

Share This Article