ବିଜେଡିର ବଡ ନିଷ୍ପତି, ଭାଙ୍ଗିଲା ଦଳର ସମସ୍ତ ଛାମୁଆ ସଂଗଠନ, ହେବ ନବକଳେବର

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେଡି ବଡ ନିଷ୍ପତି ଗ୍ରହଣ କରିଛି। ଏକ ଦଳିୟ ବିଜ୍ଞପ୍ତି ଜାରୀ କରାଯାଇ ଦଳର ସମସ୍ତ ଛାମୁଆ ସଂଗଠନକୁ ଭାଙ୍ଗି ଦିଆଯାଇଛି। ସେଗୁଡିକ ହେଲା ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ ଏବଂ ପ୍ରବାସୀ ସେଲ ରହିଛି।

ଆଜି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳର ସମସ୍ତ ଛାମୁଆ ସଂଗଠନକୁ ତୁରନ୍ତ ଭାଙ୍ଗି ଦିଆଯାଇଛି। ଆଗକୁ ଦଳିୟ ନିର୍ବାଚନ ରହିଥିବାରୁ ଏହି ନିଷ୍ପତି ନିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Share This Article