ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି, ପ୍ରତ୍ୟେକ ପଞ୍ଚାୟତରେ ଖୋଲିବ ଆଦର୍ଶ ପ୍ରାଥମିକ ସ୍କୁଲ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।
ମୋଟ ୯ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଗତ କରାଯାଇଥିଲା।

ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି। ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନ ସଭାର ତୃତୀୟ ଅଧିବେଶନ ଆହୂତ ସମ୍ପର୍କିତ ଥିଲା।
ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ।

ପ୍ରତ୍ୟେକ ପଞ୍ଚାୟତରେ ହେବ ଆଦର୍ଶ ପ୍ରାଥମିକ ସ୍କୁଲ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଯୋଜନାରେ ପ୍ରତି ପଚାୟତରେ ଗୋଟିଏ ଲେଖାଏଁ ମଡେଲ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରାଯିବ । ୬୭୯୪ଟି ମଡେଲ ପ୍ରାଥମିକ ସ୍କୁଲ ନିର୍ମାଣ ପାଇଁ ସରକାରଙ୍କ ଉପରେ ୫ବର୍ଷ ମଧ୍ୟରେ ମୋଟ ୧୧ ହଜାର ୯୩୯ କୋଟି ବ୍ୟୟ ହେବ। ପ୍ରତ୍ୟେକ ସ୍କୁଲ ପିଛା ୪ ରୁ ୫କୋଟି ଟଙ୍କା ଖର୍ଚ୍ଚ ହେବ।

ବିକଶିତ ଗାଁ ବିକଶିତ ଓଡ଼ିଶା

ଗ୍ରାମାଂଚଳର ତ୍ୱରିତ୍ ବିକାଶ ପାଇଁ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’କୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ଆଜି କ୍ୟାବିନେଟ୍ ମୋହର ମାରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଏକ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରତିବର୍ଷ ଏଥିରେ ହଜାରେ କୋଟି ଟଙ୍କା ଲେଖାଏଁ ବ୍ୟୟବରାଦ ହେବ । ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଳିବ। ସବୁ କାମ ନିଷ୍ପତ୍ତି ଗ୍ରାମସଭା ଦ୍ୱାରା ହେବ । ପରେ ଜିଲ୍ଲପାଳ ତାକୁ ଅନୁମୋଦନ କରିବେ।

Share This Article