ବାଲୁଗାଁ ରେଳ ଷ୍ଟେସନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

Odisha Hot News
1 Min Read

ବାଲୁଗାଁ: ବାଲୁଗାଁ ଷ୍ଟେସନ ପରିସରରୁ ୨୧.୩ କେଜି ଗଞ୍ଜେଇ ଜବତ କରିବାସହ ଅଭିଯୁକ୍ତକୁ ଗିରଫ କରିଛି ଆରପିଏଫ। ସୂଚନା ମୁତାବକ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ରେଳ ସୁରକ୍ଷା ବଳ କର୍ମଚାରୀ ମାନେ ପଇଁତରା ମାରୁଥିବା ବେଳେ ୧ନଂ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରି ରହିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଲାସୀ ନେବାରେ ତା ନିକଟରୁ ଦୁଇଟି ବ୍ୟାଗ ଜବତ କରିଥିଲେ। ଉକ୍ତ ବ୍ୟାଗରୁ ୨୧.୩ କେଜି ଗଞ୍ଜେଇ ଜବତ କରାଯାଇଛି।ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୧୩ ହଜାର ହେବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ ଖଲାରୀ ସାହିର ଅର୍ଜୁନ ପ୍ରଧାନଙ୍କ ପୁଅ ଟିଟୁ ପ୍ରଧାନ(୩୬)।ଅଭିଯୁକ୍ତ ଟିଟୁ ଏହି ଗଞ୍ଜେଇ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ବାଙ୍ଗାଲୋର ଚାଲାଣ କରିବାପାଇଁ ଯୋଜନା କରିଥିବାର ଜଣାପଡିଛି। ଜବତ ଗଞ୍ଜେଇ ସହ ଅଭିଯୁକ୍ତ ବିରୁଦ୍ଧରେ କେଶ ନଂ ୫/୨୫ ରେ ମାମଲା ରୁଜୁ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରାଯାଇଥିବା ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।

Share This Article