ଅଦିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ଫସଲ କ୍ଷୟକ୍ଷତି, ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

Odisha Hot News
1 Min Read

ବ୍ରହ୍ମପୁର: ଅଦିନିଆ ବର୍ଷାରେ ରାଜ୍ୟରେ ସବୁଠୁ ଅଧିକ ଫସଲ କ୍ଷତି ଗଞ୍ଜାମ ଜିଲ୍ଲାରେ ହୋଇଛି। ଏନେଇ ଗଞ୍ଜାମ ଗସ୍ତ କରି ସମୀକ୍ଷା କରୁଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଫସଲ କ୍ଷତି ବାବଦକୁ ନେଇ ସମୀକ୍ଷା କରୁଛନ୍ତି। ଗଞ୍ଜାମରେ ୨୩ଟି ତହସିଲରେ ୬୦୭୧୨.୬୧ ହେକ୍ଟର ଚାଷ କ୍ଷତି ହୋଇଥିଲା।

୧ ଲକ୍ଷ ୬୪ ହଜାର ୮୬ ଜଣ ଚାଷୀଙ୍କ ଫସଲ କ୍ଷତି ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ୮୯ କୋଟି ୭୯ ଲକ୍ଷ ୨ ହଜାର ୬୩ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୯୨ ହଜାର ୩୦୮ ଜଣ ଚାଷୀଙ୍କ ଖାତାକୁ ୪୫ କୋଟି ୬୫ ଲକ୍ଷ ୭୨ ହଜାର ୭୫ ଟଙ୍କା ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଦୁଇ ଥର ଲଗାଣ ବର୍ଷାରେ ରାଜ୍ୟରେ ସବୁଠାରୁ ଅଧିକ କ୍ଷୟକ୍ଷତି ଗଞ୍ଜାମ ଜିଲ୍ଲାରେ ହୋଇଥିଲା। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଏଯାବତ କେତେ ଚାଷୀଙ୍କୁ କ୍ଷୟକ୍ଷତି ରାଶି ପ୍ରଦାନ କରାଯାଇଛି ତାହା ପଚାରି ବୁଝିବା ସହ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି।

ଏହି ସମୀକ୍ଷା ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର, ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ସମସ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ।

Share This Article