ପୋଖରୀରେ କାର୍ ବୁଡି ଜୀବନ ବୀମା ଶାଖା ପରିଚାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ଆହତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ବାହାରପୁର ଗ୍ରାମର ଶିବ ମନ୍ଦିର ପୋଖରୀ ଭିତରକୁ ଏକ ମୋଟର କାର ଖସି ଆସ୍କା ଜୀବନ ବୀମା ଶାଖା ପରିଚାଳକ ହିମାଂଶୁ ମହାପାତ୍ରଙ୍କର ମୃତ୍ୟୁ ଘଟିଥିଲା ବେଳେ ଉନ୍ନୟନ ଅଧିକାରୀ ସୁଧାଂଶୁ ଶେଖର ସାହୁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ସୁଦାମ ଚରଣ ଦାସ ନାମକ ଜଣେ ଜୀବନ ବୀମା ଏଜେଣ୍ଟଙ୍କର ଏକ ଭୋଜି କାର୍ଯ୍ୟରେ ଯୋଗ ଦେଇ ଉକ୍ତ ଦୁଇ ଫେରିବା ପାଇଁ କାର୍ କୁ ପଛକୁ ନେଉଥିବା ବେଳେ ପୋଖରୀ ଭିତରକୁ ଖସି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ବଡ଼ ବଡ ବଲା ଜରିଆରେ ଉକ୍ତ ଦୁଇ ଅଧିକାରୀଙ୍କୁ ବାହାର କରି ଚିକିତ୍ସା ପାଇଁ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ହିମାଂଶୁ ମହାପାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଓ ପ୍ରାଥମିକ ଚିକିତ୍ସାପରେ ସୁଧାଂଶୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ, ଆସ୍କା ଜୀବନ ବୀମା କାର୍ଯ୍ୟାଳୟ କର୍ମଚାରୀ ଓ ଏଜେଣ୍ଟ୍ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Share This Article