କିରକିଟାକୁ ବ୍ଲକ ମାନ୍ୟତା ଦାବୀ ନେଇ ରାଜସ୍ବ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

Odisha Hot News
1 Min Read

ଭୁବନେଶ୍ଵର: କିରକିଟାକୁ ବ୍ଲକ ମାନ୍ୟତା ଦାବୀ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। କିରକିଟା କେନ୍ଦ୍ର ସ୍ଥଳୀ ରେ ଅବସ୍ଥିତ ଥିବା ବେଳେ ଖଡିଆଳ ବ୍ଲକ୍ ର ୯ ଗୋଟି ପଞ୍ଚାୟତ, ସିନାପାଲି ବ୍ଲକର ୩ ଗୋଟି ଏବଂ ବୋଡ଼େନ ବ୍ଲକ୍ ୩ ଗୋଟି ଗ୍ରାମପଞ୍ଚାୟତକୁ ନେଇ ବ୍ଲକ ଗଠନ ନେଇ ପ୍ରସ୍ତାବ ଦେଇଛନ୍ତି। ଖଡିଆଳ ବ୍ଲକ୍ କିରକିଟି, ସୁନାରି ସିକୂଆଁ, ରାନିମୁଣ୍ଡା, ସରଧାପୁର, ଡୁଆଝର, ଦବ୍ରୀ, ବିରୀଘାଟ,ଲାଞ୍ଜି ଓ କେନ୍ଦୁପାଟି, ବୋଡ଼େନ ବ୍ଲକ୍ ର ରୋକାଲ ଓ ଲାର୍କା, ସିନାପାଲି ବ୍ଲକ ର ମାଖାପଦର,ଗଣ୍ଡାବହାଲି, ଓ ବରଗାଁ, ୧୪ ଗୋଟି ଗ୍ରାମପଞ୍ଚାୟତକୁ ନେଇ କିରକିଟାକୁ ବ୍ଲକ୍ ଦାବୀ କରିଛନ୍ତି।

ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ନେତୃତ୍ବ ସଂଯୋଜକ ରାତ୍ରାନନ୍ଦ ମନାହିରା, ଆବାହକ ସନ୍ୟାସୀ ଦାଶ, ରୋକାଳ ସରପଞ୍ଚ ଠାକୁର ବାଗ, କିରକିଟା ଛବି ମାଝୀ, ଗଣ୍ଡବହାଲି ନାଏବ୍ ସରପଞ୍ଚ ଚୂଡ଼ାମଣି ବିହାରୀ, ସୁନାରି ସିକୁଆଁ ଭୋଲେଶ୍ୱରୀ ଦାସ, ସମାଜସେବୀ, ଦିବାକର ଖମାରୀ, ପ୍ରମୁଖ ଯୋଗ ଦେଇଥିଲେ।

Share This Article