ବାଗେଶ୍ବର ବାବାଙ୍କ ଆର୍ଶିବାଦ ନେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର, ହୋଇପାରନ୍ତି ସଭାପତି !!

Odisha Hot News
1 Min Read

ଭୁବନେଶ୍ବର: ଓଡିଶା ବିଜେପିରେ କିଏ ହେବ ସଭାପତି। ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କାରଣ ଏହି ଜାନୁଆରୀ ମାସରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ପୂର୍ବରୁ କୁହାଯାଇଛି। ହେଲେ ମାସର ପନ୍ଦର ଦିନ ବିତିବାକୁ ଯାଉଥିବା ବେଳେ ସଭାପତି କିଏ ତାହା ସ୍ପଷ୍ଟ ହୋଇପାରି ନାହିଁ।

ତେବେ ଏହି ଚର୍ଚ୍ଚା ଭିତରେ ବର୍ତ୍ତମାନ ଦୁଇ ଜଣଙ୍କ ନାମ ଆଗକୁ ଆସିଛି। ସେ ହେଉଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ ଏବଂ ଉପସଭାପତି ଗୋଲକ ମହାପାତ୍ର। ତେବେ ଗୋଲକ ସଭାପତି ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ସେ ବାବା ବାଗେଶ୍ବରଙ୍କୁ ପୁରୀରେ ଭେଟିବା ନେଇ ବଡ ଆଲୋଚନା ଚାଲିଛି।

ବର୍ତ୍ତମାନ ପୁରୀ ଗସ୍ତରେ ଅଛନ୍ତି ବାଗେଶ୍ୱର ଧାମର ବାବା ଧିରେନ ଶାସ୍ତ୍ରୀ। ତାଙ୍କୁ ପୁରୀରେ ସାକ୍ଷାତ କରିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ତେବେ ତାଙ୍କର ସାକ୍ଷାତ ଭିନ୍ନ ହୋଇଥିଲେ ମଧ୍ୟ ଆଗକୁ ସଭାପତି ନିର୍ବାଚନ ଥିବାରୁ ସେ ଆର୍ଶିବାଦ ନେଲେ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା ସତରେ ପରିଣତ ହେଉଛି କି ନାହିଁ ପରବର୍ତ୍ତି ସମୟରେ ଜଣାପଡିବ।

Share This Article