ନୂଆପଡା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ନବଜାତ ଶିଶୁ କନ୍ୟାଙ୍କ ଉଦ୍ଦେଶ୍ୟରେ କଲେ ଚାରା ରୋପଣ

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଳା ଗ୍ରାମ ଠାରେ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ବାରା କନ୍ୟା ପାଇଁ ଚାରା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଜିଲ୍ଲାରେ ନବ ଜାତ ଶିଶୁ କନ୍ୟା ଜନ୍ମ ନେଇଥିବା ବେଳେ ସେହି କନ୍ୟାଙ୍କ ଉଦ୍ଧେଶ୍ୟରେ ଏକ ଚାରା ରୋପଣ କରାଯିବ। ନିଜ କନ୍ୟା ସନ୍ତାନଙ୍କୁ ଯେଉଁ ପରି ଯତ୍ନ ନେବେ ସେହି ଚାରାକୁ ମଧ୍ୟ ସେହିପରି ଯତ୍ନ ନେବେ। ଭେଳା ଗ୍ରାମରେ ତିନି ଗୋଟି ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିବା ବେଳେ ତାଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଘରକୁ ଯାଇ ଚାରା ରୋପଣ କରିଛନ୍ତି।

କନ୍ୟା ଏକାଧିକ ନାମରେ ପରିଚିତ ହେଉଥିବା ବେଳେ ଜୀବଜଗତକୁ ଚାରା ମଧ୍ୟ ବୃକ୍ଷ ରୂପ ନେଇ ଏକାଧିକ ଉଦ୍ଦେଶ୍ୟର ସଫଳ ଦାୟିତ୍ବ ସମ୍ପାଦନ କରିଥାଏ। ତେଣୁ ଜଙ୍ଗଳ ସୃଷ୍ଟି ଏକ ମାତ୍ର ଉଦ୍ଧେଶ୍ୟ ନେଇ ଏହି ଯୋଜନା ଶୁଭାରମ୍ଭ କରିଛନ୍ତି।

ଖଡିଆଳ ବନ୍ ଖଣ୍ଡ ଅଧିକାରୀ ଅଜିଜ ଖାନ, ସରପଞ୍ଚ ବିମଳ ଯୋଷୀ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଷୀ, ସହ ବହୁ ସଂଖ୍ୟକ ଗ୍ରାମ ପଞ୍ଚାୟତ ବାସୀ ଯୋଗ ଦେଇ ସଚେତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Share This Article