ବାଣପୁର ମହୋତ୍ସବ ପୁଣି ଥରେ ଆରମ୍ଭ ହେବ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

Odisha Hot News
1 Min Read

ବାଣପୁର(ସୀତାରାମ ଆଗ୍ରୱାଲ): ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷଠାରୁ ପୁଣି ଆରମ୍ଭ ହେବ ‘ବାଣପୁର ମହୋତ୍ସବ’। ଏ ନେଇ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ବାଣପୁରର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଉକ୍ତ ଘୋଷଣା କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ।

ତେବେ ଆଗାମୀ ଏକ ମାସ ମଧ୍ୟରେ ବାଣପୁର ମହୋତ୍ସବ ଆୟୋଜିତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଥି ନିମନ୍ତେ ଖୁବଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାପଡିଛି। ବାଣପୁର ଏକ ଐତିହାସିକ ମାଟି ଏବଂ ଏହାର କଳା,ସଂସ୍କୃତି ସମଗ୍ର ରାଜ୍ୟରେ ଅନନ୍ୟ ବୋଲି କହିଥିଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ବାଣପୁର ମହୋତ୍ସବ ମାଧ୍ୟମରେ ଏହାର କଳା ଓ ସଂକୃତିକୁ ଉଜ୍ଜୀବିତ କରାଯାଇପାରିବ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବାଣପୁର ମହୋତ୍ସବ ଆସନ୍ତା ଫେବୃଆରୀ 15 ମଧ୍ୟରେ ଅନୁଷ୍ଠିତ ହେବ। ତେବେ ମନ୍ତ୍ରୀଙ୍କ ଉକ୍ତ ଘୋଷଣା ସମଗ୍ର ବାଣପୁର ଓ ଚିଲିକା ବାସୀଙ୍କ ମନରେ ଆନନ୍ଦ ଖେଳାଇଦେଇଛି। ବାଣପୁର ମହୋତ୍ସବକୁ ପୁନଶ୍ଚ ଆରମ୍ଭ କରିବା ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ନୂତନ ଭାବେ ନିର୍ବାଚିତ ହୋଇଥିବା ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ବାଣପୁର ଓ ଚିଲିକା ବାସି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share This Article