ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଆଇଏନଏସ ଚିଲିକାରେ କ୍ଲଷ୍ଟର ସ୍ତରୀୟ ସାଂସ୍କୃତିକ ମେଳା ଅନୁଷ୍ଠିତ

Odisha Hot News
1 Min Read

ଚିଲିକା: ଶୁକ୍ରବାର ଦିନ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଆଇଏନଏସ ଚିଲିକାରେ ଆୟୋଜିତ କ୍ଲଷ୍ଟର ସ୍ତରୀୟ ସାଂସ୍କୃତିକ ମେଳାରେ ବ୍ରହ୍ମପୁର କ୍ଲଷ୍ଟର ଅନ୍ତର୍ଗତ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟ (ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଆସ୍କା, ହିଞ୍ଜିଳିକାଟୁ, ଭଞ୍ଜନଗର, ଦିଗପହଣ୍ଡି ଏବଂ ଆଇଏନଏସ ଚିଲିକା) ର ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ଦକ୍ଷତା ଏବଂ ପ୍ରତିଭା ଦେଖାଇଲେ। ସେମାନଙ୍କ ସହ ୪୦ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ଦିନବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମରେ ୧୨ଟି ବ୍ୟକ୍ତିଗତ ପ୍ରତିଯୋଗିତା ଯଥା ଭାଷଣ, ଗଳ୍ପ କଥନ, କବିତା ଆବୃତ୍ତି, ରଚନା ଲେଖନ, ଚିତ୍ରାଙ୍କନ ଓ ଅଭିନୟ ଆଦି ଏବଂ ୪ଟି ଗ୍ରୁପ୍ ପ୍ରତିଯୋଗିତା, ଯଥା ନୃତ୍ୟ,ଗୀତ, ନାଟକ ଏବଂ କୁଇଜ ଆୟୋଜିତ ହୋଇଥିଲା।

ଚମ୍ପିୟାନ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ଆଇଏନଏସ ଚିଲିକା ପ୍ରଥମ ସ୍ଥାନ ଏବଂ ରନର୍ସ-ଅପ୍ ରୂପେ କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ଦ୍ଵିତୀୟ ସ୍ଥାନ ହାସଲ କରିଥିଲା।

ଆଇଏନଏସ ଚିଲିକା ର କମାଣ୍ଡିଂ ଅଫିସର କମୋଡର ବି. ଦୀପକ ଅନିଲ୍ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମର ଗୁରୁତ୍ୱ ବୁଝାଇଥିଲେ। ବିଶେଷ ଅତିଥି ଏସବିଆଇ ଚିଫ୍ ମ୍ୟାନେଜର ଶ୍ରୀ ସତ୍ୟଶୀଷ ପଟ୍ଟନାୟକ୍ ଛାତ୍ରଛାତ୍ରୀଙ୍କୁ ଏହିଭଳି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ନିଜ ପ୍ରତିଭା ର ବିକାଶ କରିବା ପାଇଁ ପ୍ରେରିତ କରିଥିଲେ।

ଅଞ୍ଚଳ ର ଜଣାଶୁଣା କଳାକାର, ଶିକ୍ଷାବିତ୍ ଓ ନୌସେନା ସଙ୍ଗୀତ ଦଳର ସଦସ୍ୟ ମାନଙ୍କୁ ପ୍ରତିଯୋଗିତା ଗୁଡିକ ର ମୂଲ୍ୟାଙ୍କନ ନିମନ୍ତେ ନିମନ୍ତ୍ରିତ କରାଯାଇଥିଲା।

ବିଦ୍ୟାଳୟ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଜେନା ଏବଂ ପ୍ରଧାନ ଶିକ୍ଷକ ଅମିତ ଟୋକସ ଙ୍କର ଦିଗଦର୍ଶନରେ ଏହି ଆୟୋଜନ ସମ୍ଭବ ହୋଇପାରିଥିଲା। ଶିକ୍ଷୟିତ୍ରୀ ସୁଭଶ୍ରୀ ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ ଶିକ୍ଷକ ଚିନ୍ମୟ ପରିଡ଼ା, ଭବାନୀ ମଣ୍ଡଳ ଓ ରଞ୍ଜନ ଦ୍ୱାରୀ ଓ ଅନ୍ୟ ସମସ୍ତ ଶିକ୍ଷକ ପ୍ରତିଯୋଗିତା ଗୁଡ଼ିକୁ ପରିଚାଳନା କରିଥିଲେ।

Share This Article