ଅନାସ୍ତା ଭୋଟକୁ ନେଇ ବିଜେପିକୁ ଟାର୍ଗେଟ କଲେ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସ

Odisha Hot News
2 Min Read

ଭୁବନେଶ୍ବର: ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କିରିମିରା ପଞ୍ଚାୟତ ଅଧ୍ୟକ୍ଷା ଅନାସ୍ଥା ଭୋଟ ଗ୍ରହଣକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏପରିକି ଏହି ବିବାଦରେ ଖୋଦ ବିଜେଡି ସଭାପତି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପଡିଥିଲା। ତେବେ ଆଜି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଭୁବନେଶ୍ବରର ଶଙ୍ଖ ଭବନରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କରି ଅଧ୍ୟକ୍ଷା ଅନାସ୍ଥାକୁ ବିଜେପି କାହିଁକି ଭୟଭିତ ହେଉଛି ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ସେହି ପଞ୍ଚାୟତର ଅନେକ ସରପଞ୍ଚ ତଥା ସମିତି ସଭ୍ୟସଭ୍ୟାମାନେ ଛଅମାସ ତଳେ ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଆଣି ଭୋଟ ପାଇଁ ନିବେଦନ କରିଥିଲେ। ହେଲେ ତାହାକୁ ଜାଣିଶୁଣି ଟାଳି ଦିଆଗଲା। ଏ ନେଇ ବିଜେଡି ତରଫରୁ କୋର୍ଟରେ ମାମଲା କରାଗଲା। କୋର୍ଟ ରାୟଦେଲେ ଯେ ସପ୍ତାହ ମଧ୍ୟରେ ଏହାର ସମାଧାନ କରାଯାଉ। କୋର୍ଟର ରାୟ ପରେ ପ୍ରଶାସନ ସାତ ଦିନ ଭିତର ଅନାସ୍ଥା ଭୋଟ କରିବା କଥା ହେଲେ ତାହାକୁ ଆଉ କିଛିଦିନ ସମୟ ନେଇ ଅନାସ୍ଥା ପ୍ରସ୍ତାବ ନେଇ ନୋଟିସ କଲେ ବୋଲି ଦୀପାଳି କହିଛନ୍ତି।

ଯେଉଁଦିନ ଅନାସ୍ଥା ଭୋଟ ଗ୍ରହଣ ହେବ ତା ପୂର୍ବରୁ ଆମଦଳର କିଛି ସରପଞ୍ଚ ଏବଂ ସମିତି ସଭ୍ୟ ଛତିଶଗଡ ଯାଇଥିଲେ। ସେମାନେ ପରିବାର ସହିତ ଯାଇଥିଲେ ମଧ୍ୟ ହଠାତ ସେମାନେ ଥିବା ହୋଟେଲରେ ପୋଲିସ ଚଢାଉ କରିଥିଲା। ସେଠାରେ ଓଡିଶା ପୋଲିସ ଯାଇ ଚଢାଉ କରିଥିଲା। ସେମାନଙ୍କର କୌଣସି ମାମଲା ନ ଥିବା ବେଳେ ଛତିଶଗଡକୁ ଓଡିଶା ପୋଲିସ ଯାଇ କିପରି ଚଢାଉ କଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଦୀପାଳି।

ଛତିଶଗଡର ମହାସୁମନ୍ଦ ଜିଲ୍ଲାର ସରିଆପଲ୍ଲୀ ଥାନା ଅଧିନରେ ଥିବା ଏକ ହୋଟେଲରେ ସେମାନେ ଥିବା ବେଳେ କିଛି ସମୟ ପରେ ଛତିଶଗଡ ପୋଲିସ ଆସି ସେମାନଙ୍କୁ ସେହି ହୋଟେଲରେ ଅଟକ ରଖିଲେ। ସେମାନେ ଯେତେ ଅନୁରୋଧ କଲେ ଯେ ଆମକୁ ଛାଡିଦିଅ ଆମର ଅନାସ୍ଥା ଭୋଟିଂ ଅଛି କହିଥିଲେ ମଧ୍ୟ ସେମାନଙ୍କୁ ଛାଡି ଦିଆଯାଇ ନ ଥିଲା। ସେମାନେ ଯେପରି ଭୋଟ ନ ଦେଇପାରିବେ ସେହିପରି ପରିସ୍ଥିତି ଏହି ରାଜ୍ୟ ସରକାର କରୁଛନ୍ତି ବୋଲି ଦୀପାଳି ଏହି ସମ୍ବାଦିକ ସମ୍ମିଳନୀରେ କହିଥିଲେ। ବିଜେପି ସରକାର ଏକ ବ୍ଲକ ଅଧ୍ୟକ୍ଷା ନିର୍ବାଚନକୁ କାହିଁକି ଡରୁଛି ବୋଲି ସେ ପ୍ରଶ୍ନ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Share This Article