ହତ୍ୟା ଉଦ୍ୟମ ମାମଲା: ଦୁଇ ଭାଇ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଶିକ୍ଷାନୁଷ୍ଠାନ ପରିସରରେ ହତ୍ୟା ଉଦ୍ୟମ ମାମଲାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଉକ୍ତ ଅନୁଷ୍ଠାନରେ ସାମାନ୍ୟ କଥାକୁ ନେଇ ପ୍ରଥମେ ବଚସା ଓ ପରେ ଶିବାଶିଷ ମଲ୍ଲିକ ନାମକ ଜଣେ ୨ୟ ବର୍ଷ ଛାତ୍ର ଉପରେ ପ୍ରଥମ ବର୍ଷର ଛାତ୍ର ସାଇ କିଶୋର ଗୌଡ ଓ ତା’ର ଭାଇ ସାଇ କିରଣ ଗୌଡ ମିଶି ଖଣ୍ଡାରେ ମାରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଆହତ ହୋଇଥିବା ଶିବାଶିଷଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେବା ପରେ ବୈଦ୍ୟନାଥ ପୁର ଥାନାରେ ସେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ତତକ୍ଷଣାତ୍ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article