ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ‘ଭଏସ୍ ଏଗେନଷ୍ଟ ହେଟ୍’ ପକ୍ଷରୁ ବିକ୍ଷୋଭ

Odisha Hot News
1 Min Read

ଭୁବନେଶ୍ଵର: ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ କ୍ରମବଦ୍ଧିଷ୍ଣୁ ଅତ୍ୟାଚାର ପ୍ରତିବାଦରେ ‘ଭଏସ୍ ଏଗେନଷ୍ଟ ହେଟ୍’ ପକ୍ଷରୁ ଆବାହନ ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ବରେ ଶୁକ୍ରବାର ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି ।

ବିକ୍ଷୋଭକାରୀମାନେ ମୁହଁରେ କଳାପଟି ବାନ୍ଧି, ହାତରେ ‘ଭଏସ୍ ଏଗେନଷ୍ଟ ହେଟ୍ ର ପତାକା ଧରିବା ସହ ‘ଆମେ ସମସ୍ତେ ଭାଇ ଭାଇ, ହିଂସା ଘୃଣାର ସ୍ଥାନ ନାହିଁ”, ‘ଘୃଣା ନୁହେଁ, ଭାଇଗରା ରଖ’, ‘ଆସ ଗଢିବା ଘୃଣାମୁକ୍ତ ସମାଜ’, ‘ଆମକୁ ଭାଗ ଭାଗ କରନାହିଁ’, ‘ଆମେ ଏକ, ଆମେ ଭାରତୀୟ’, ‘ଘୃଣା ଛାଡ଼, ଦେଶ ଯୋଡ଼’ ଆଦି ପ୍ଲାକାର୍ଡ଼ମାନ ଧରି ବିକ୍ଷୋଇ ପ୍ରଦର୍ଶନ କରିଥିଲେ ।

ଏହି ବିକ୍ଷୋଭରେ ଅତ୍ୟାଚାରିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ସୁରକ୍ଷା ଓ ତାଙ୍କ ଉପରେ ହୋଇଥିବା ବର୍ବୋରଚିତ ଅତ୍ୟାଗର ପାଇଁ ନ୍ୟାୟ ଦାବି କରାଯାଇଥିଲା । ଗଜପତି ଜିଲ୍ଲା, ବାଲେଶ୍ବର ଜିଲ୍ଲାର ଔପଦା, ରେମୁଣା ଓ ସୋରୋ, ଯାଜପୁର ଜିଲ୍ଲାର ପୀଡ଼ିତାମାନେ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଥୁଲା। ପ୍ରଦେଶ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଅଳିତ ସିଂ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ବିକ୍ଷୋଭରେ ଅମିୟ ପାଣ୍ଡବ, ୟାସିର ନୱାଜ, ବିଶ୍ଵଜିତ ଦାସ, ଡ. ପ୍ରଲ୍ଲବ ନିମା, ପ୍ରକାଶ ମିଶ୍ର, ଗଣେଶ ଦାଶ, ମନୋଜ ବିଶୂଳ, ମୀର ଅହମ୍ମଦ ଅଲ୍ଲୀ, ଅଜୟ ସାହୁ, ରାହୁଲ ମହାନ୍ତି, ବିଶପ ଡି.ବି. ହୃଦୟ, ସୁଦୀପ ସାମଲ, ଶ୍ରୀୟାସ୍ମିତା ପଣ୍ଡା, ମହମ୍ମଦ ପରଭେଜ, ଶିଶିର ରଥ, ରାଜେ ସ୍ଵାଇଁ, କାଳନ୍ଦୀ ଖୁଣ୍ଟିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Share This Article