ଭିଜିଲାନ୍ସ ଜାଲରେ ସୋରଣ ଆରଆଇ: ୨୦ ହଜାର ଲାଞ୍ଚ ନେବା ବେଳେ ହେଲା କାର୍ଯ୍ୟାନୁଷ୍ଠାନ

Odisha Hot News
1 Min Read

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ସୋରଣ ରାଜସ୍ୱ ସର୍କଲର ଆର ଆଇ କୈଳାସ ବେହେରା ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଭୂମିହୀନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କୈଳାସ ବେହେରାଙ୍କୁ ଭିଜିଲାନ୍ସ ଟିମ ଧରିଥିଲା।

ଖୋର୍ଦ୍ଧା ଭିଜେଲାନ୍ସ ଡିଏସପି ଚନ୍ଦ୍ରକଳା ଜେନାଙ୍କ ନେତୃତ୍ୱରେ ଆଜି ଚଢାଉ ହୋଇଥିଲା। ୮ ଜଣିଆ ଦଳ ଏହି ଚଢାଉରେ ସାମିଲ ଥିଲା। ଏବେ କୈଳାସ ବେହେରାଙ୍କୁ ଭିନୀଲାନ୍ସ ଟିମ ହେପାଜତକୁ ନେଇଛି।

କୈଳାଶଙ୍କ ଶ୍ୱଶୁର ଘର ହାଟ ବରଡ଼ିରେ ଭିଜେଲାନ୍ସ ଟିମ ରେଡ ମାରିଛି। ଆରଆଇଙ୍କୁ ଧରି ଚିଲିକା ତହସିଲ କାର୍ଯ୍ୟାଳୟକୁ ଭିଲାନ୍ସ ଟିମ ଆଣିଛି। ଏଠାରୁ ବହୁ ଆପତ୍ତି ଜନକ କାଗଜ ପତ୍ର ଜବତ କରିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Share This Article