ନୂଆପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଚାଷୀମାନଙ୍କୁ ସମନ୍ୱିତ କୃଷି, ଫସଲ ବିବିଧିକରଣ ଉପରେ ଉଦବୋଧନ ଦେଇ କହିଥିଲେ “ଚାଷୀ ହସିଲେ, ଦେଶ ହସିବ” ବୋଲି ମତବ୍ୟକ୍ତ କରିଥିଲେ। ଚାଷୀଙ୍କ ଘରକୁ ପ୍ରଶାସନ ପହଞ୍ଚି, ପ୍ରବାସୀ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ଚାଷୀଙ୍କୁ ଆହ୍ବାନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବନ୍ୟଜନ୍ତୁ ବନଖଣ୍ଡ ଅଧିକାରୀ ମହାଦେବ ବଡାଇକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ ନାୟକ ଯୋଗଦେଇ ଚାଷୀଙ୍କୁ କୃଷିରେ ରାସାୟନିକ ପଦାର୍ଥ ର ବ୍ୟବହାର କମ୍ କରିବା ପାଇଁ ଉଦବୋଧନ ଦେଇଥିଲେ। ଏଗ୍ରୋଫରେଷ୍ଟ୍ରୀ କରିବା ପାଇଁ ଅନୁରୋଧ କରିଥିଲେ। ଜୈବିକ କୃଷିର ଗୁରୁତ୍ୱ ବିଷୟରେ ମଧ୍ୟ ଚାଷୀଙ୍କୁ ବୁଝାଇଥିଲେ।

ଆଜିର ସଭାକାର୍ଯ୍ୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ସ୍ବାଗତ ଅଭିଭାଷଣ ରଖି ଚାଷୀ ଙ୍କୁ କୃଷି ଯନ୍ତ୍ରପାତି ର ବହୁଳ ବ୍ୟବହାର କରିବା ପାଇଁ ଉଦବୋଧନ ଦେଇଥିଲେ। ସହକାରୀ ଯନ୍ତ୍ରୀ ପଦ୍ମଲୋଚନ ମାଝୀ ଯୋଗ ଦେଇଥିଲେ।

Share This Article