ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରକାଶିତ Glorious Odisha ପୁସ୍ତକ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉନ୍ମୋଚିତ

Odisha Hot News
1 Min Read

ଭୁବନେଶ୍ୱର: ଆଜି ସନ୍ଧ୍ୟା ରେ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରକାଶିତ ଇଂରାଜୀ ପୁସ୍ତକ Glorious Odisha (ଗୌରବମୟ ଓଡ଼ିଶା) ଉନ୍ମୋଚନ କରିଛନ୍ତି।

ବିଶ୍ବ ଓଡିଆ ପରିବାର ପକ୍ଷରୁ ପ୍ରବାସୀ ଭାରତୀୟ ଦିବସ କୁ ଦୃଷ୍ଟି ରେ ରଖି ପ୍ରକାଶ ପାଇଥିବା ଏହି ପୁସ୍ତକ ଟିରେ ବିଶିଷ୍ଟ ଲେଖକ ମାନଙ୍କ ଦ୍ଵାରା ଓଡ଼ିଶା ର ସମୃଦ୍ଧ ତଥା ଗୌରବମୟ ଇତିହାସ, ଐତିହ୍ୟ,ସଂସ୍କୃତି, କଳା, ସାହିତ୍ୟ,ହସ୍ତଶିଳ୍ପ, ପରମ୍ପରା ସମ୍ପର୍କିତ ଆଲେଖ୍ୟ ମାନ ସ୍ଥାନିତ ହୋଇଛି।

ପ୍ରବାସୀ ଭାରତୀୟ ଦିବସ ଅବସରରେ ଯୋଗ ଦେଉଥିବା ସମସ୍ତ ଅତିଥି ମାନଙ୍କୁ ଏହି ପୁସ୍ତକ ପ୍ରଦାନ କରାଯିବ।

ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପୁସ୍ତକ ଟିରେ ଓଡ଼ିଶା ର ଗୌରବମୟ ଇତିହାସ, କୀର୍ତ୍ତିରାଜି, ଧାର୍ମିକ ଓ ବୌଦ୍ଧିକ ଚିନ୍ତାଧାରା,ଅନନ୍ୟ ହସ୍ତଶିଳ୍ପ ଆଦି ବିଭିନ୍ନ ବିଷୟ ରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି। ଏହି ପୁସ୍ତକ ମାଧ୍ୟମ ରେ ଆମ ଓଡ଼ିଶା ର ମହନୀୟ କଳା, ସଂସ୍କୃତି ଓ ପରମ୍ପରା ବିଷୟ ରେ ପ୍ରବାସୀ ଭାରତୀୟ ମାନେ ଅନେକ କିଛି ଜାଣିପାରିବେ।

ପୁସ୍ତକଟି ପ୍ରଫେସର୍ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ଦିଲ୍ଲୀପ ରାଜ ବେହେରା, ସୁରେଶ କୁମାର ସାହୁ ଏବଂ ଶ୍ରୀ ତପନ କୁମାର ବେହେରା ଙ୍କ ଦ୍ଵାରା ସମ୍ପାଦିତ ହୋଇଛି।

ଏହି ଅବସର ରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା, ବିଶିଷ୍ଟ ଔପନ୍ୟାସିକା ଡ. ପ୍ରତିଭା ରାୟ, ସମାଜସେବୀ ତଥା ବରିଷ୍ଟ ରାଜନେତା ଶ୍ରୀ ସଜନ ଶର୍ମା, ବହୁ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସକ ଉପସ୍ଥିତ ଥିଲେ।

Share This Article