ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କଲେ ମାନସ ସାହୁ

Odisha Hot News
1 Min Read

ପୁରୀ: ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାଟି ପୁରୀ ର ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମିରେ ନିର୍ମାଣ କରାଯାଇଛି। ଏହି ବାଲୁକା କଳା ଟି ୬ ଫୁଟ ଉଚ୍ଚତା ୨୦ଫୁଟ ଓସାର ବିଶିଷ୍ଟ ଅଟେ, ଏବଂ ଏଥିରେ ୧୦ଟନ ବାଲି ଉପଯୋଗ କରାଯାଇଛି।

ଏହି ବାଲୁକା କଳାରେ ଓଡିଶା ର କଳା ସଂସ୍କୃତି ଦ୍ୱାରା ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଆମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ପ୍ରଭାସି ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇବାର ଦୃଶ୍ୟ ଅତିନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ ସେ “welcome to wondrous Odisha” ର ବାର୍ତ୍ତା ଦେଇଛନ୍ତି।

Share This Article