ବିଳମ୍ବ ରାତିରେ ଘରେ ଲୁଟପାଟ୍ କରିବା ସହ ନିଆଁ ଲଗେଇ ଚମ୍ପଟ୍ ମାରିଲେ ଚୋର

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଖୋଡାସିଙ୍ଗି କଳିଙ୍ଗ ନଗର ୨ୟ ଗଳିରେ ଘର ମାଲିକଙ୍କ ଅନୁପସ୍ଥିତର ସୁଯୋଗ ନେଇ ଘର ତାଲା ଭାଙ୍ଗି ଲୁଟପାଟ୍ କରିବା ସହ ଘରେ ନିଆଁ ଲଗେଇ ଚୋରମାନେ ଚମ୍ପଟ୍ ମାରିଛନ୍ତି। ଘଟଣାରୁ ଜଣାପଡିଛି ଯେ, ଗୃହ ମାଲିକ ଦେବୀ ପ୍ରସାଦ ପଟ୍ଟନାୟକ ସପରିବାର ବାହାରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।

ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share This Article