ଶପଥ ନେବା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ ହରିବାବୁ କମ୍ଭମପତି

Odisha Hot News
1 Min Read

ପୁରୀ: ଶପଥ ନେବା ପୂର୍ବରୁ ରାଜ୍ୟପାଳ ହରିବାବୁ କମ୍ଭମପତି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ସପରିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି କମ୍ଭମପତି।ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ସହ ମା ବିମଳା, ମହାଲକ୍ଷ୍ମୀ ମନ୍ଦିର ସମେତ ମୁକ୍ତିମଣ୍ଡପ ଯାଇ ଆଶିଷ ନେଇଥିବା ବେଳେ ଭିତର ବେଢ଼ା ମଧ୍ୟ ପରିକ୍ରମା କରିଛନ୍ତି।

ତେବେ ଅପରାହ୍ନରେ ପ୍ରଥମେ ସେ ପୁରୀ ରାଜଭବନ ଠାରେ ପହଁଚିଥିବା ବେଳେ ସନ୍ଧ୍ୟାରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ତେବେ ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ସମେତ ସେବାୟତ ମାନେ ଲାଗି ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ।

ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍ ଅତିବାହିତ କରିଥିବା ବେଳେ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ କମ୍ଭମପତି। ଦର୍ଶନ ସାରି ଫେରିବା ପରେ ଜୟ ଜଗନ୍ନାଥ କହି ଭାବବିହ୍ୱଳ ହେବା ସହ ଦର୍ଶନ ଅନୁଭୁତିକୁ ସୌଭାଗ୍ୟର କଥା ବୋଲି ମତ ରଖିଥିବା ବେଳେ ଆଜି ଶପଥ ନେବାପରେ ସେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କଣ ସବୁ କରିବେ ସେନେଇ ପ୍ରତିକ୍ରିୟା ରଖିବେ ବୋଲି ମତ ରଖିଛନ୍ତି।

ତେବେ ପୂର୍ବରୁ ୨୦୧୫ ରେ ସେ ଶ୍ରୀମନ୍ଦିର ଗସ୍ତ କରିଥିବା ବେଳେ ଗର୍ଭ ଗୃହ ଦର୍ଶନ କରିବାର ସୌଭାଗ୍ୟ ସେ ପାଇଥିବା କହିଥିଲେ।

Share This Article