ଡିଏପି ସାରକୁ ନେଇ କେନ୍ଦ୍ର କେବିନେଟ୍ ନିଷ୍ପତ୍ତି ଉପରେ ଚାଷୀ କୂଳଙ୍କ ପ୍ରତିକ୍ରିୟା

Odisha Hot News
1 Min Read

ଭୁବନେଶ୍ଵର: ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ର କେବିନେଟ୍ ନିଷ୍ପତ୍ତି ଉପରେ ଚାଷୀ କୂଳ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ନିଷ୍ପତ୍ତିକୁ ସ୍ଵାଗତ କରିଥିବା ବେଳେ ନୂଆପଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର କ୍ୟାବିନେଟ ଡିଏପି ସାର ଉପରେ ସବସିଡି ଯୋଗଇଦେବା ଲାଗି ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜକୁ ସଂପ୍ରସାରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ କେବିନେଟ ନିଷ୍ପତ୍ତି ପାଇଁ ଜିଲ୍ଲାର ଚାଷୀ କୂଳ ସ୍ୱାଗତ କରିଛନ୍ତି।

ନୂଆପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଏହି ଡିଏପି ସାରା ଉପରେ ରିହାତି ଅବ୍ୟାହତ ରହିବ ନେଇ ଚାଷୀଙ୍କ ପାଇ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି। ରବି ଧାନ ସହ ପନିପରିବା ଏବଂ ଡାଲି ଜାତୀୟ ବିକଳ୍ପ ଚାଷ ପାଇଁ କୃଷକମାନେ ରାସାୟନିକ ସାର ବ୍ୟବହାର କରି ଅଧିକ ଅମଳକ୍ଷମରେ ପରିଣତ ହେଉଅଛି। ଜମିର ଉର୍ବରତା ମଧ୍ୟ ବୃଦ୍ଧି ପାଇଛି। କୃଷକମାନଙ୍କ ସାର କ୍ରୟ ଜନିତ କ୍ଷମତା ବଢିଛି। କମ ମୁଲ୍ୟରେ ସାର ମିଳୁଥିବାରୁ କ୍ଷୁଦ୍ର ଚାଷିମାନେ ଏହାର ବ୍ୟବହାର କରିବାକୁ ସମର୍ଥ ହୋଇପାରିଛନ୍ତି।

ସଦ୍ୟ ନିଷ୍ପତି ଦ୍ୱରା ସେମାନଙ୍କର ଚାଷକ୍ଷେତ୍ରେ ଅର୍ଥ ବିନିଯୋଗ ହ୍ରାସ ପାଇବ। ଅଳ୍ପମୁଲ୍ୟରେ ସାର ବ୍ୟବହାର ଦ୍ୱରା ସେମାନଙ୍କର କୃଷି ଉତ୍ପାଦନ ବଢିବ। ଚାଷୀକୁଳ ଲାଭ ବାନ ହେବେ।

କେନ୍ଦ୍ରାପଡା ଜିଲ୍ଲା ଏକ କୃଷିଭିତିକ ଜିଲ୍ଲା। ଏହା ଦ୍ୱରା ଜିଲାର ଚାଷୀମାନେ ନିଶ୍ଚିତ ଭାବରେ ଲାଭବାନ ହୋଇ ପାରିବେ ବୋଲି କୃଷକ ନେତା ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଚାଷୀମାନେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

Share This Article