ଶୁକ୍ରବାର ଦିନ ଶପଥ ନେବେ ନୂଆ ରାଜ୍ୟପାଳ, ଆଜି ଆସିବେ ଓଡିଶା

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କୁମ୍ଭମପତି। ଓଡିଶାର ରାଜ୍ୟପାଳ ପଦବୀରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର କୁମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ତାଙ୍କର ଶପଥ ପାଇଁ ଭୁବନେଶ୍ବରରେ ଥିବା ରାଜଭବନର ଅଭିଷେକ ହଲକୁ ପ୍ରସ୍ତୁତ କରାଯାଇଛି। ସେ ଶୁକ୍ରବାର 10ଟା 15 ମିନିଟରେ ଶପଥ ନେବେ। ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ। ହରିବାବୁ ଆଜି ଅପରାହ୍ନରେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି।

ହରିବାବୁ ମିଜୋରାମର ରାଜ୍ୟପାଳ ଭାବେ କାମ କରୁଥିଲେ। ଗତକାଲି ତାଙ୍କୁ ମିଜୋରାମ ରାଜଭବନ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି.

 

Share This Article