ନକଲି ଜାମିନ କାରବାରରେ ୬ ଅଭିଯୁକ୍ତ କୋର୍ଟ ଚାଲାଣ

Odisha Hot News
2 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ବର୍ଷ ହେଲା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନକଲି ପଟା ଓ ଜାମିନ୍ ରେ ବହୁତ ଅଭିଯୁକ୍ତ ଖଲାସ ହୋଇଥିବା ଗୁମର ଖୋଲୁଛି। ଯାହାର ପରିମାଣ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ସୁଚିନ୍ତିତ ରଣକୌଶଳ ଓ ନିର୍ଦ୍ଦେଶକ୍ରମେ ବୈଦ୍ୟନାଥ ପୁର ଥାନା ଅଧିକାରୀ ସୁଚିତ୍ରା ପରିଡାଙ୍କ ନେତୃତ୍ବରେ ଏକ ଟିମ ଅନୁସନ୍ଧାନ ଚଳାଇ ୬ ଜଣ ଅଭିଯୁକ୍ତ ଯଥା ଆସ୍କା ଅଞ୍ଚଳର ସୁଧୀର ଯେନା ଓ ସନ୍ୟାସୀ ମହାନ୍ତି, କେ ନୁଆ ଗାଁ ଥାନା ଅଞ୍ଚଳର ଯୁଧିଷ୍ଠିର ମହାରଣା, ବୈଦ୍ୟନାଥ ପୁର ଥାନା ଅଞ୍ଚଳର ବାବୁଲି ନାୟକ, ଭେଙ୍କଟେଶ ପ୍ରସାଦ ଯେନା ନିରାକାର ସାହୁଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଯେରା କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନଙ୍କ ନିକଟରୁ ୧୬୭ ଟି ନକଲି ପଟା, ରାଜସ୍ୱ ମାନଚିତ୍ର ଓ ଷ୍ଟାମ୍ପ ସମେତ ବହୁ କାଗଜପତ୍ର ଜବତ କରିଛନ୍ତି। ଆହୁରି ତଦନ୍ତ ଚାଲିଛି।

ଏହି ଭଳି ଜଘନ୍ୟ କାର୍ଯ୍ୟରେ ଆହୁରି କିଛି ବ୍ୟକ୍ତିବିଶେଷ ସମ୍ପର୍କରେ ଥିବା ଜଣାପଡିଛି ଓ ସଠିକ ତଥ୍ୟ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ବ୍ରହ୍ମପୁର ଏସ୍ ପି ସାମ୍ବାଦିକ ସମ୍ମିଳନୀରେ ବିବୃତ୍ତି ରଖିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ଦୁଇ ବର୍ଷ ପୂର୍ବେ ଲଡୁ କିଶୋର ବେହେରାଙ୍କର ମୃତ୍ୟୁ ଘଟିଥିଲା ବେଳେ ମୃତ ଲଡୁ ନାମରେ କୌଣସି ଜଣେ ଜାମିନରେ ଆସି ପରବର୍ତ୍ତୀ ସମୟରେ ଅଦାଲତରେ ହାଜର ନହେବାରୁ ଲଡୁ ନାମରେ ସମନ ଜାରି ହୋଇଥିଲା।

ଏହି ଭଳି ପରିସ୍ଥିତିରେ ଲଡୁଙ୍କ ସ୍ତ୍ରୀ ମନରେ ଛନକା ପଶିଯାଇଥିଲା। ସେ ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନା ଆସି ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରିଥିଲେ ଓ ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଏହି ଭଳି ସମ୍ବେଦନଶୀଳ ସୁଚନା ପାଇ ସୁଚିନ୍ତିତ ଅନୁସନ୍ଧାନ ଚଳାଇ ସଫଳତା ପାଇଛନ୍ତି।

Share This Article