ଅଦିନିଆ ବର୍ଷା ଜନିତ କ୍ଷତି ବୀମା କଂପାନୀ ଦେବ, ଅସୁବିଧା କଲେ ଏହି ନମ୍ବରକୁ ଫୋନ କରନ୍ତୁ

Odisha Hot News
1 Min Read

ଭୁବନେଶ୍ବର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ ପାଇଁ ଆଜି ବୀମା କମ୍ପାନୀ ମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ କୃଷି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଓ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ବୀମା କମ୍ପାନୀ ମାନଙ୍କ ସହଯୋଗ କାମନା କରିଛନ୍ତି।

ଯୋଗ୍ଯ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବା ପାଇଁ କମ୍ପାନୀଗୁଡିକୁ କହିବା ସହ କୌଣସି ବ୍ଯତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ଡ଼ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଏଥିସହିତ, ଅଦିନିଆ ବର୍ଷାଯୋଗୁଁ କଟା ହୋଇ ଜମିରେ ଥିବା ଧାନ ଫସଲର କ୍ଷତି ହୋଇଥିଲେ, କ୍ଷତିପୂରଣ ବାବଦରେ ସୂଚନା ଦେବା ନିମନ୍ତେ କୃଷି ରକ୍ଷକ ହେଲ୍ପଲାଇନ ନମ୍ବର ୧୪୪୪୭ କିମ୍ବା କୃଷି ରକ୍ଷକ ଆପ୍ କିମ୍ବା crop insurance ଆପ୍ ଅଥବା PMFBY whatsapp ନମ୍ବର୍ 7065514447 ରେ ତୁରନ୍ତ ଯୋଗାଯୋଗ କରିବା ପାଇଁ ଚାଷୀଙ୍କୁ ଅନୁରୋଧ କରିଛନ୍ତି।

ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସୂଚନା ଦେବାର ଅବଧିକୁ ୧ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଢ଼ାଇଛନ୍ତି ।

Share This Article