ସ୍ଵରଭଙ୍ଗ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ସ୍ଵରଭେଦ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତଦିନେ ଖଟା ବରକୋଳି, କଇଥ, କମଳା, ଦହି ଆଦି ଖାଇଲେ, କଫ ବଢି ଓ ଉଚ୍ଚ ସ୍ଵରରେ କଥା ହେଲେ ସ୍ଵର ପେଟିକାସ୍ଥ ନାଡୀତନ୍ତୁ ବିକ୍ଷୁବ୍ଧ ହୋଇ ସ୍ଵରପେଟିକା ଶୋଥ ହୋଇଯାଏ। ଗଳା ବସିଯାଏ, ଖାଦ୍ୟ ଖାଇବାରେ କଷ୍ଟ ହୁଏ, ଗଳା ଗତଗତ୍ ହୋଇ କାଶ ହୁଏ, ଖାଦ୍ୟ ଶ୍ୱାସ ନଳିକାକୁ ଚାଲିଯାଏ ଓ କଷ୍ଟହୁଏ। ତେଣୁ ଗରମ ଲୁଣପାଣି କୁଳି କରନ୍ତୁ,ବଚ, କଳlମରିଚ, ଯାଠିମଧୁ, ଅଦା, ପିପ୍ପଳୀ, ଲବଙ୍ଗରୁ ଯେକୌଣସି ଗୋଟିଏ ଦୁଇଟି ଦ୍ରବ୍ୟକୁ ଚୋଷିଲେ ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି।

Share This Article